ଏହି ଦୁଇ ଓଲିଉଡ ନାୟିକାଙ୍କ ପ୍ରଥମ ଫିଲ୍ମ ଫ୍ଲପ୍‌ ହୋଇଥିଲା!

ଓଲିଉଡର ଲୋକପ୍ରିୟ ନାୟିକାମାନଙ୍କ ମଧ୍ୟରୁ ଜଣେ ହେଲେ ଅର୍ଚ୍ଚିତାଏବଂ ଆରଜଣକ ପ୍ରିୟା। ଉଭୟେ ଫିଲ୍ମ ଲାଇନ୍‍ରେ ପାଦ ଥାପିବା ବେଳୁ ହିଁ ଚର୍ଚ୍ଚିତା ହୋଇଛନ୍ତି।ତେବେ ପ୍ରିୟା କିଛି ବର୍ଷ ହେବ ପରଦାକୁ ଆସୁ ନାହାନ୍ତି ।ଅପରପକ୍ଷରେ ଅର୍ଚ୍ଚିତା ଏବେ ବି ଅଭିନୟରେ ସକ୍ରିୟ ଅଛନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏ ଦୁଇ କଳାକାର କେବଳ ଗୋଟିଏ ସିନେମା ‘ଆଲୋ ମୋର କଣ୍ଢେଇ’ରେ ଏକାଠି ନଜର ଆସିଥିଲେ। ତେବେ ଆପଣ ଜାଣନ୍ତି କି ଉଭୟଙ୍କର ପ୍ରଥମ ଫିଲ୍ମ ଫ୍ଲପ୍‌ ହୋଇଥିଲା।

ଅର୍ଚ୍ଚିତାଙ୍କ ଡ଼େବ୍ୟୁ ଫିଲ୍ମ ହେଲା ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ‘ଓ ମାଇଁ ଲଭ୍‌’।୨୦୦୫ରେ ରିଲିଜ୍‌ ହୋଇଥିବା ଏହି ସିନେମାରେ ତାଙ୍କର ନାୟକ ସାଜିଥିଲେ ନବାଗତ ରାଜ୍‌ଦୀପ୍‌।ଏହା ଏକ ଟିନ୍‌ ଏଜ୍‌ ଲଭ୍‌ଷ୍ଟୋରି।ଏହି ଫିଲ୍ମକୁ କିନ୍ତୁ ଆଶାନୁରୂପ ସଫଳତା ମିଳିନଥିଲା।ପ୍ରକାରାନ୍ତରେ କହିବାକୁ ଗଲେ ଅର୍ଚ୍ଚିତାଙ୍କ ପ୍ରଥମ ସିନେମା ଫ୍ଲପ୍‌ ହୋଇଥିଲା,ମାତ୍ର ଏଥିରେ ସେ ପ୍ରଭାବଶାଳୀ ଅଭିନୟ କରିଥିଲେ।

ଅର୍ଚ୍ଚିତାଙ୍କୁ ପ୍ରକୃତରେ ସଫଳତା ମିଳିଥିଲା ଦ୍ୱିତୀୟ ସିନେମାରେ।ଏହା ହେଲା ବାଲୁଙ୍କେଶ୍ୱର ଫିଲ୍ମସ୍‌ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ‘ବାବୁ ଆଇ ଲଭ୍‌ୟୁ’।ଏଥିରେ ବି ଅର୍ଚ୍ଚିତା ଜଣେ ନବାଗତ ନାୟକ ଚନ୍ଦନଙ୍କ ବିପକ୍ଷରେ ସାଜିଥିଲେ ନାୟିକା।‘ବାବୁ ଆଇ ଲଭ୍‌ୟୁ’ବି ଥିଲା ଏକ ପ୍ରେମକାହାଣୀ ଆଧାରିତ ସିନେମା।ଏହାକୁ ମିଳିଥିଲା ବିପୁଳ ବ୍ୟବସାୟିକ ସଫଳତା।

ଅର୍ଚ୍ଚିତାଙ୍କ ଡ଼େବ୍ୟୁ ଫିଲ୍ମ ଫ୍ଲପ୍‌ ହେବାପରେ ଦ୍ୱିତୀୟ ସିନେମାଟି ସୁପର୍‌ହିଟ୍‌ ହେବାପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି।ଏହାପରେ ଅର୍ଚ୍ଚିତା କେତେବେଳେ ହିଟ୍‌ ତ ପୁଣି କେତେବେଳେ ଫ୍ଲପ୍‌ ଫିଲ୍ମ ଦେଇଛନ୍ତି,ମାତ୍ର ତାହା ତାଙ୍କ କ୍ୟାରିଅର୍‌କୁ ବିଶେଷ ପ୍ରଭାବିତ କରିନାହିଁ।

ଠିକ୍‌ ସେହିପରି ପ୍ରିୟା ପ୍ରଥମେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଡ୍ରିମ୍‌ ଗର୍ଲ’ରେ ନାୟିକା ଭୂମିକାରେ ନଜର ଆସଥିଲେ। ତାଙ୍କ ଅଭିନୀତ ଏହି ସିନେମାରେ ସବ୍ୟସାଚୀ ନାୟକ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ଏହାକୁ ବ୍ୟାବସାୟିକ ସଫଳତା ମିଳି ନଥିଲା। ପରେ କିନ୍ତୁ ତାଙ୍କ ଅଭିନୀତ ଦ୍ୱିତୀୟ ସିନେମା ‘ଅଭିମନ୍ୟୁ’ ହିଟ୍‌ ହେବାରେ ପ୍ରିୟା ଓଲିଉଡରେ ନାମକରା ନାୟିକା ବନିଥିଲେ।

ସମ୍ବନ୍ଧିତ ଖବର