ମୁମ୍ବାଇ: କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ’କୁ ୨ବର୍ଷ ପୂରିଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ରଣବୀର କପୁର, ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଭଲ ପାଇବାକୁ ଏକ ନୂଆ ଅର୍ଥ ଦିଆଯାଇଥିଲା । ଯାହା ସମସ୍ତଙ୍କୁ ପସନ୍ଦ ଆସିଥିଲା । ତେବେ ଅକ୍ଟୋବର ୨୯କୁ ଫିଲ୍ମକୁ ଦୁଇ ବର୍ଷ ପୂରିଥିବା ବେଳେ ଫିଲ୍ମ ସହ ଜଡ଼ିତ ୫ଟି ଅଜଣା କଥା ସାମ୍ନାକୁ ଆସିଛି ।
୧. ଏହି ଫିଲ୍ମର ନାଁ ପ୍ରଥମେ ଏ ଦିଲ୍ ରଖାଯାଇଥିଲା । କିନ୍ତୁ ଫିଲ୍ମର ଟାଇଟେଲ ଟ୍ରାକ୍ ଶୁଣିବା ପରେ କରଣ ଜୋହର ଏହାର ନାଁ ବଦଳାଇ ଏ ଦିଲ୍ ହୈ ମୁସ୍କିଲ ରଖିଥିଲେ ।
୨. ଫିଲ୍ମର ଲିପି କରଣ ନିର୍ଦ୍ଦେଶକ କରଣ ଜୋହର ୩୦ଦିନ ମଧ୍ୟରେ କରିଥିଲେ । ଯାହା ପରେ ୫୫ଦିନରେ ଲଣ୍ଡନ, ଭିଏନା ଏବଂ ପ୍ୟାରିସ୍ରେ ଫିଲ୍ମର ସୁଟିଂ କରାଯାଇଥିଲା ।

୩. ୭ବର୍ଷ ପରେ ଏହି ଫିଲ୍ମରେ ଶାହାରୁଖ୍ ଖାନ୍ଙ୍କ ସହ କାମ କରିଥିଲେ କରଣ ଜୋହର । ଏହା ପୂର୍ବରୁ ଦୁହେଁ ‘ମାଇଁ ନେମ୍ ଇଜ୍ ଖାନ୍’ରେ ସାଥୀରେ କାମ କରିଥିଲେ ।
୪. ୧୪ବର୍ଷ ପରେ ଏହି ଫିଲ୍ମରେ ସାଥୀରେ କାମ କରିଥିଲେ ଶାହାରୁଖ୍ ଖାନ୍ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଏହା ପୂର୍ବରୁ ୨୦୦୨ରେ ଦୁହେଁ ଫିଲ୍ମ ‘ଦେବଦାସ’ରେ ସାଥୀରେ କାମ କରିଥିଲେ ।
୫. ଏହି ଫିଲ୍ମରେ ପ୍ରଥମେ ତାହିର ତଲିୟାର ଖାନ୍ଙ୍କ ଚରିତ୍ର ପାଇଁ ସୈଫ୍ ଅଲ୍ଲୀ ଖାନ୍ଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ତାଙ୍କୁ ଆଘାତ ଲାଗିଥିବାରୁ ଏହି ଚରିତ୍ରଟି ଶାହାରୁଖ୍ ଖାନ୍ଙ୍କୁ ଦିଆଯାଇଥିଲା ।