ମୁମ୍ବାଇ: ଉଦିତ ନାରାୟଣ ଜଣେ ପ୍ରସିଦ୍ଧ ବଲିଉଡ ଗାୟକ। ତାଙ୍କ କଣ୍ଠସ୍ୱର ପାଇଁ ପ୍ରଶଂସକମାନେ ପାଗଳ। ଉଦିତ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ହିଟ୍ ଗୀତ ଗାଇ ସାରିଛନ୍ତି। ନିଜ ସଙ୍ଗୀତ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉଦିତ୍ ଏବେ ଏକ ଲଜ୍ଜାଜନକ କାମ କରିଥିବା ଜଣାପଡ଼ିଛି। ଏକ ଲାଇଭ୍ କନସର୍ଟ ସମୟରେ, ଗାୟକ ଜଣେ ମହିଳା ପ୍ରଶଂସକଙ୍କ ଓଠକୁ ଚୁମ୍ବନ ଦେଉଥିବା ସାମ୍ନାକୁ ଆସିଛି। ଏଥିପାଇଁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।
WTF! what is Udit Narayan doing 😱 pic.twitter.com/Rw0azu72uY
— Abhishek (@vicharabhio) January 31, 2025
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଉଦିତ ନାରାୟଣ 'ଟିପ୍ ଟିପ୍ ବରସା ପାଣି' ଗୀତ ଗାଉଛନ୍ତି। ଏହି ସମୟରେ, ତାଙ୍କର ଜଣେ ମହିଳା ପ୍ରଶଂସକ ତାଙ୍କ ସହିତ ସେଲଫି ନେବାକୁ ମଞ୍ଚ ପାଖକୁ ଆସୁଛନ୍ତି। ସେଲଫି ନେବା ପରେ ମହିଳା ପ୍ରଶଂସକଜଣକ ତାଙ୍କ ଗାଲରେ ଚୁମ୍ବନ ଦେଉଛନ୍ତି। ଏହା ପରେ ଗାୟକ ଜଣକ ମହିଳାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ଏହା ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଉପସ୍ଥିତ ଲୋକେ ଜୋରରେ ପାଟି କରୁଛନ୍ତି। କେବଳ ଜଣକଙ୍କୁ ନୁହେଁ ଏକାଧିକ ମହିଳାଙ୍କ ଗାଲକୁ ଉଦିତ୍ ଚୁମ୍ବନ ଦେଇଥିବା ଭାଇରାଲ ଭିଡିଓରେ ଦେଖାଯାଇଛି।
Udit narayan, tham jao sir. 😭😭 pic.twitter.com/AtIYhYt6ZX
— Prayag (@theprayagtiwari) January 31, 2025
ଅନ୍ୟପକ୍ଷରେ ବିବାଦ ବଢ଼ିବାରୁ ଉଦିତ୍ କହିଛନ୍ତି ଯେ, "ପ୍ରଶଂସକଙ୍କୁ ଖୁସି କରିବାକୁ ଏସବୁ କରିବାକୁ ପଡେ। ନହେଲେ ଆମେ ଏଭଳି ଲୋକ ନୁହଁ। କିଛି ଲୋକ ଏହି ଘଟଣାକୁ ବଢ଼ାଇ ମୋତେ ବିବାଦରେ ଛନ୍ଦିବାକୁ ଚାହୁଛନ୍ତି।"