ପୁଅ ଆଦିତ୍ୟଙ୍କ ବିବାହକୁ ନେଇ ଉଦିତ ନାରାୟଣଙ୍କ ପ୍ରତିକ୍ରିୟା; ଭବିଷ୍ୟତରେ କୌଣସି ସମସ୍ୟା ହେଲେ ଆମକୁ ଦୋଷ ଦେବୁ ନାହିଁ

ମୁମ୍ବାଇ: କଣ୍ଠଶିଳ୍ପୀ, ଅଭିନେତା ତଥା ଲୋକପ୍ରିୟ ବଲିଉଡ୍‌ ଉପସ୍ଥାପକ ଆଦିତ୍ୟ ନାରାୟଣ ନିକଟ ଭବିଷ୍ୟତରେ ତାଙ୍କ ଦୀର୍ଘ ଦିନର ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଆଦିତ୍ୟ ଓ ଶ୍ବେତାଙ୍କର ୨୦୧୦ ମସିହାରେ ସେମାନଙ୍କ ଡେବ୍ୟୁ ଫିଲ୍ମ ‘ସାପିଥ୍‌’ ସୁଟିଂ ସମୟ‌ରୁ ପ୍ରେମ ସଂପର୍କ ଅ‌ାରମ୍ଭ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହି ସଂପର୍କକୁ ନିଭାଇବା ପରେ ଏବେ ସେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଶ୍ଵେତାଙ୍କୁ ବିବାହ କରିବା ନିଷ୍ପତି ବିଷୟରେ ଜାଣି  ଆଦିତ୍ୟଙ୍କ ବାପା ତଥା ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଯେଉଁ ପ୍ରତିକ୍ରିୟା ରଖିଥିଲେ ତାହା ଏବେ ସାମ୍ନାକୁ ଆସିଛି | ଏ ବିଷୟରେ ଉଦିତ ନାରାୟଣ ନିଜେ ଜଣାଇଛନ୍ତି |

On Aditya Narayan's marriage, father Udit Narayan said, "Only one thing was said to the son, if anything happens later, don't blame the parents" | आदित्य नारायण की शादी पर पिता उदित
Dainik Bhaskar

ତାଙ୍କ କହିବା ମୁତାବକ, ଆଦିତ୍ୟଙ୍କଠାରୁ ବିବାହ ଖବର ଶୁଣିବା ପରେ, ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିଲି | କାରଣ ଶ୍ଵେତାଙ୍କୁ ମୁଁ ଆଦିତ୍ୟଙ୍କ ଜଣେ ଭଲ ସାଙ୍ଗ ଭାବେ ଜାଣିଥିଲି | କିନ୍ତୁ ଦୁହେଁ ପ୍ରେମ ସମ୍ପର୍କରେ ଥିବା କଥା ମୁଁ ଜାଣି ନଥିଲି | ଯେତେବେଳେ ସେ ମୋତେ ଶ୍ଵେତାଙ୍କୁ ବିବାହ କରିବାକୁ ଚାହୁଁଥିବା କଥା କହିଥିଲେ, ମୁଁ ତାଙ୍କୁ କହିଥିଲି ଯେ, ପରେ ଯଦି କିଛି ସମସ୍ୟା ହୁଏ, ତେବେ ଆମକୁ ଦୋଷ ଦେବୁ ନାହିଁ |

ସମ୍ବନ୍ଧିତ ଖବର