‘ମହାଭାରତ’ରେ ଶକୁନି ମାମୁ ଭୂମିକାରେ ଅଭିନୟ କରିଥିବା ଗୁଫୀଙ୍କ ମାସିକ ପାରିଶ୍ରମିକ କେତେ ଥିଲା ଜାଣନ୍ତୁ

ମୁମ୍ବାଇ: ଟେଲିଭିନ୍‌ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ ଆଜି ଦୁନିଆକୁ ଅଲବିଦା କହିଛନ୍ତି। ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ଅଭିନେତାଙ୍କର ୭୯ ବର୍ଷରେ ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ।

ଗୁଫୀ ଉଭୟ ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ସମ୍ପତ୍ତିର ମାଲିକ ହୋଇଥିଲେ। ତେବେ ମୃତ୍ୟୁ ପରେ ସେ କେତେ ସମ୍ପତ୍ତି ଛାଡ଼ି ଯାଇଛନ୍ତି ଆସନ୍ତୁ ଜାଣିବା।

ପ୍ରକାଶିତ ରିପୋର୍ଟ ମୁତାବକ, ଶୁକନି ମାମୁଙ୍କ ନେଟ ୱାର୍ଥ ପାଖାପାଖି ୩୩କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଗୁଫୀ ଧାରାବାହିକରେ ଗୋଟିଏ ଅଧ୍ୟାୟ ପାଇଁ ୪୦ହଜାର ଟଙ୍କା ଦାବି କରୁଥିଲେ। ଏଥିସହିତ ତାଙ୍କର ମାସିକ ପାରିଶ୍ରମିକ ୮ଲକ୍ଷ ଟଙ୍କା ଥିବା ବେଳେ ବର୍ଷକୁ ‌ସେ ୯୬ଲକ୍ଷ ଟଙ୍କା ରୋଜଗାର କରି ଥାଆନ୍ତି।

ଗୁଫୀ ‘ବାହାଦୁର୍‌ ଶାହ ଜାଫର୍‌’, ‘ମହାଭାରତ’, ‘କାନୁନ୍‌’, ‘ଓଁ ନମଃ ଶିବାୟ’, ‘ସିଆଇଡି’, ‘ସସ୍‌ କୋଇ ହୈ’, ‘ଦ୍ବାରକାଧୀଶ ଭଗବାନ ଶ୍ରୀକୃଷ୍ଣ’, ‘ରାଧାକୃଷ୍ଣ’ ଏବଂ ‘ଜୟ କନିୟା ଲାଲ୍‌ କି’ ଆଦି ଅନେକ ଟେଲିଭିଜନ ଧାରାବାହିକରେ  ଅଭିନୟ କରିଛନ୍ତି। ‌‌ଶେଷଥର ପାଇଁ ଗୁଫୀଙ୍କୁ ‘ଜୟ କନିୟା ଲାଲ୍‌ କି’ରେ ଦେଖିବାକୁ ମିଳିଥିଲା।

୧୯୭୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ରଫୁ ଚକ୍କର୍‌’ରେ ଗୁଫୀ ସର୍ବପ୍ରଥମେ ଅଭିନୟ କରିଥିଲେ। ଏହାପରେ ‘ଦିଲ୍ଲଗି’, ‘ଦେଶ ପର୍‌ଦେଶ’ ଏବଂ ‘ସୁହାଗ’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରି ଚଳଚ୍ଚିତ୍ର ଦୁନିଆରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ। ଚଳଚ୍ଚିତ୍ର ଓ ଧାରାବାହିକ ବ୍ୟତୀତ ସେ ଅନେକ ବିଜ୍ଞାପନରେ ବି କାମ କରିଛନ୍ତି।

ସମ୍ବନ୍ଧିତ ଖବର