ରିଲିଜ୍‌ ପୂର୍ବରୁ ବିବାଦରେ ‘ବାଲା’ : ଫିଲ୍ମର ଦୃଶ୍ୟ ଓ ପରିକଳ୍ପନା ଚୋରାଇଥିବାର ଅଭିଯୋଗ ଆଣିଲେ ଫିଲ୍ମ ‘ଉଜଡା ଚମନ୍’ର ନିର୍ଦ୍ଦେଶକଙ୍କ ବାପା

ମୁମ୍ବାଇ : ମଣିଷର କେଶ ଝଡ଼ିବା ସମସ୍ୟାକୁ ନେଇ ତିଆରି ହୋଇଥିବା ଫିଲ୍ମ ବାଲା ରିଲିଜ୍‌ ପୂର୍ବରୁ ହିଁ ବିବାଦରେ ଛନ୍ଦି ହୋଇଛି । ରିଲିଜ୍‌ ପୂର୍ବରୁ ସମାନ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଉଜଡା ଚମନ’ର ନିର୍ଦ୍ଦେଶକଙ୍କ ବାପା ଫିଲ୍ମ ‘ବାଲା’ ଉପରେ ଦୃଶ୍ୟ ଓ ଆଇଡିଆ ଚୋରାଇଥିବାର ଅଭିଯୋଗ ଆଣିଛନ୍ତି । ନିର୍ଦ୍ଦେଶକ ଅଭିଷେକ ପାଠକଙ୍କ ବାପା କୁମାର ମଙ୍ଗତ କହିଛନ୍ତି କି, ବାଲା ବିରୋଧରେ ଅଦାଲତକୁ ଯିବା ସହ ଏହାର ରିଲିଜ୍‌କୁ ବନ୍ଦ କରିବୁ ।

Image result for ujda-chaman-movie-kumar-mangat-will-file-case-court-ayushman-khurana-bala
Koimoi

ନଭେମ୍ବର ୭ରେ ଫିଲ୍ମ ବାଲାର ରିଲିଜ୍‌ ତାରିଖ ରଖାଯାଇଥିବା ବେଳେ ନଭେମ୍ବର ୮ରେ ଫିଲ୍ମ ଉଜଡ଼ା ଚମନର ରିଲିଜ୍‌ ତାରିଖ ରଖାଯାଇଛି । ଦୁଇଟି ଫିଲ୍ମ ପାଖାପାଖି ସମାନ କାହାଣୀକୁ ନେଇ ତିଆରି ହୋଇଛି । ନିର୍ଦ୍ଦେଶକ ଅଭିଷେକ ପାଠକଙ୍କ ବାପା କୁମାର ମଙ୍ଗତ କହିଛନ୍ତି କି, ଉଜଡା ଚମନ କନ୍ନଡ ଫିଲ୍ମ ଓଣ୍ଡୁ ମୋଟ୍ଟେୟା କଠେର ରିମେକ୍‌ । ଏହାର ରିମେକ୍‌ କରିବାର ସମସ୍ତ ଅଧିକାର ଆମେ କିଣିଛୁ । କିନ୍ତୁ ବାଲାର ନିର୍ମାତା କପିରାଇଟ୍‌ ନିୟମର ଉଲ୍ଲଂଘନ କରିବା ସହ ଫିଲ୍ମର ଅନେକ ଦୃଶ୍ୟ ଓ ଆଇଡିଆ ଚୋରାଇଛନ୍ତି । ଯାହାକୁ ବିରୋଧ କରି ଆମେ ଅଦାଲତର ଦ୍ୱାରସ୍ଥ ହେବୁ ଓ ଏହାର ରିଲିଜ୍‌କୁ ବନ୍ଦ କରିବୁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର