ଓ୍ଵାଶିଂଟନ: ଆମେରିକୀୟ ଅଭିନେତ୍ରୀ ଉମା ଥୁର୍ମାନ୍, ଯିଏକି ଅଭିନେତା ହାର୍ଭି ଉଇନ୍ଷ୍ଟେନ୍ଙ୍କର ଖୁବ୍ ନିକଟତର ନିକଟରେ ଅଭିନେତା ଉଇନ୍ଷ୍ଟେନ୍ଙ୍କ ସଂପର୍କରେ ଏକ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ଉଇନ୍ଷ୍ଟେନ୍ ବଳପୂର୍ବକୁ ଉମାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଉମା। କେବଳ ଉମା ନୁହଁନ୍ତି ପ୍ରାୟ ୧୨ ଜଣ ହଲିଉଡ୍ ଅଭିନେତ୍ରୀ ଉଇନ୍ଷ୍ଟେନ୍ଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ସାରିଲେଣି। ନାୟିକାମାନଙ୍କର ଏପରି ଅଭିଯୋଗ ଆସିବା ପରେ ଏବେ ଅଭିନୟ, ରାଜନୀତି ଏବଂ ଗଣମାଧ୍ୟମ ସଂସ୍ଥାରେ ମହିଳାମାନେ କେତେ ସୁରକ୍ଷିତ ସେ ନେଇ ତନାଘନା ଆରମ୍ଭ ହୋଇଛି। ୪୭ ବର୍ଷୀୟା ଅଭିନେତ୍ରୀ ଉମା ଗଣମାଧ୍ୟମରେ ଏକ ସାକ୍ଷାତକାରରେ ଖୋଲା ଖୋଲି ଭାବେ ଉଇନ୍ଷ୍ଟେନଙ୍କ ସଂପର୍କରେ ମୁହଁ ଖୋଲିଛନ୍ତି।
/sambad/media/post_attachments/wp-content/uploads/2018/02/lead_960-300x214.jpg)
ସେ କହିଛନ୍ତି, ‘ଲଣ୍ଡନର ସେଭଏ ହୋଟେଲ୍ରେ ଉଇନ୍ଷ୍ଟେନ୍ ପ୍ରଥମ ଥର ମୋ ଉପରେ ଯୌନ ଆକ୍ରମଣ କରିଥିଲେ। ସେ ମୋତେ ତଳେ ରଖି ନିଜକୁ ମୋ ଉପରେ ରଖିବାକୁ ଚେଷ୍ଟା କରିଥିଲେ। ଖାଲି ସେତିକି ନୁହେଁ ସେ ମୁହୂର୍ତ୍ତରେ ସେ ଗୁଡ଼ାଏ ଆପତ୍ତିଜନକ ଓ ଅସହଜ କାର୍ଯ୍ୟ କରି ମୋତେ ବିବ୍ରତ କରାଇଥିଲେ। ତାପରଠାରୁ ମୁଁ ଉଇନ୍ଷ୍ଟେନ୍ଙ୍କ ନିକଟକୁ ଗଲା ବେଳେ କାହାକୁ ଜଣକୁ ସାଙ୍ଗରେ ନେଇ ଯାଉଥିଲି। ମାତ୍ର ତାଙ୍କ ଆସିଷ୍ଟାଣ୍ଡ୍ ମୋତେ ଉଇନ୍ଷ୍ଟେନ୍ଙ୍କୁ ଏକାନ୍ତରେ ଦେଖା କରିବାକୁ ବାରମ୍ବାର ବାଧ୍ୟ କରୁଥିଲେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/uma-thurman.jpg)