ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଫୁସ୍ଫୁସ୍ କର୍କଟରେ ପୀଡ଼ିତ ହେବା ପରେ ଏବେ ପ୍ରାୟ ଅଧ-ଡଜନ୍ ଚଳଚ୍ଚିତ୍ରର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଚି। କିଛି ଚଳଚ୍ଚିତ୍ରର ସୁଟିଂ ବାକି ରହିଥିବା ବେଳେ ଆଉ କେତେକ ଚଳଚ୍ଚିତ୍ରର ଡବିଂ କାମ ଅଧାରେ ଅଟକିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ‘ସଡ଼କ-୨’ର ସୁଟିଂ କାମ ସରିଥିବା ବେଳେ ଅଳ୍ପ କିଛି ଡିବିଂ କାମ ରହିଯାଇଛି। ତେବେ ଚିକିତ୍ସା ପାଇଁ ବିଦେଶ ଯିବା ପୂର୍ବରୁ ବାବା ଏହାର ସମସ୍ତ କାମ ସାରି ଯିବେ ବୋଲି ଜଣାପଡ଼ିଛି। ‘ସମ୍ସେରା’ ଚଳଚ୍ଚିତ୍ରର ସୁଟିଂ ଏବେ ବାକି ଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ବୋଧ ହୁଏ ଚଳଚ୍ଚିତ୍ର ନିର୍ମାତାଙ୍କୁ ବାବାଙ୍କ ଭଲ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ଭୁର୍ଜ- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ, କେଜିଏଫ୍ ଚାପ୍ଟର୍ -୨, ପୃଥ୍ବୀରାଜ୍, ତୋର୍ବାଜ୍ ଆଦି ଚଳଚ୍ଚିତ୍ରର ସୁଟିଂ ଓ ଡବିଂ କାମ ବାକି ରହିଛି।
ଅନିଶ୍ଚିତତାରେ ସଞ୍ଜୁଙ୍କ ଅଧ-ଡଜନ୍ ଚଳଚ୍ଚିତ୍ର
/sambad/media/post_attachments/wp-content/uploads/2018/07/sanju-sanjay-dutt-ranbir-kapoor-780x405.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)