ମାରାତ୍ମକ କରୋନା ଭାଇରସ ଭୟରେ ସନ୍ନି ନେଲେ ଏଭଳି ପଦକ୍ଷେପ

ମୁମ୍ବାଇ: ଚୀନର ଉହାନକୁ କରୋନା ଭାଇରସର ଅନ୍ତୁଡ଼ିଶାଳ କୁହାଯାଉଛି। ଏବେ ଏହି ଭାଇରସ୍‌ ୧୬ଟି ଦେଶରେ ପ୍ରବେଶ କରି ସାରିଛି। ଭାରତରେ ବି କିଛି ଲୋକଙ୍କ ଶରୀରରେ ଏହି କରୋନା ଭାଇରସ୍‌ ଲକ୍ଷଣ ଦେଖାଗଲାଣି। ଆଜି କେରଳର ଛାତ୍ରଙ୍କ ଶରୀରରେ ଏହି ଭାଇରସ୍‌ ଚିହ୍ନଟ ହେବା ପରେ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି।

Image result for sunny-leone-says-no-to-selfie-at-airport-
Lokmat.com

ଦ୍ରୁତଗତିରେ ସଂକ୍ରମଣ ହେଉଥିବା କରୋନା ଭାଇରସ ଭୟରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସନ୍ନି ଏବେ ତାଙ୍କ ପ୍ରଶଂସକଙ୍କୁ ସେଲଫି ଦେବେ ନାହିଁ ବୋଲି ସ୍ଥିର କରିଛନ୍ତି। ଏଥିସହିତ ତାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ସ୍ୱାମୀ ଡାନିଏଲ୍‌   ୱେବରଙ୍କ ସହିତ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।

 

ସନ୍ନି ଲିଓନି କିଛିଦିନ ହେବ ପ୍ରଯୋଜକ ଭାବେ ନୂଆ କାମ ଆରମ୍ଭ କରିଛନ୍ତି। ସେ ଏବେ ତାଙ୍କ ସ୍ୱାମୀ ଡାନିଏଲ୍‌ ୱେବରଙ୍କ ସହିତ ସିନେମା ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ କାରଣରୁ ତାଙ୍କୁ ବାଧ୍ୟ ହୋଇ ଦେଶ ବାହାରକୁ ଯିବାକୁ ପଡ଼ୁଛି। ସନ୍ନି କେବେ ହେଲେ ସେମାନଙ୍କ ପ୍ରଶଂସକଙ୍କୁ ସେଲଫି ନେବାକୁ ମନା କରନ୍ତି ନାହିଁ। କିନ୍ତୁ ଗତକାଲି ମୁମ୍ବାଇ ବିମାନବନ୍ଦରରେ ସେ କୌଣସି ପ୍ରଶଂସକଙ୍କ ସହିତ ଫଟୋ ଉଠାଇ ନ ଥିବା ଦେଖିବାକୁ ମିଳିଥିଲା। ଯେମିତି ହିଁ ତାଙ୍କ ପ୍ରଶଂସକ ପାଖକୁ ଆସିଥିଲେ ସେ ମୁହଁରେ ମାସ୍କ ପିନ୍ଧି ଦେଇଥିଲେ।

Image result for sunny-leone-says-no-to-selfie-at-airport-
Bollywood Life

କୌଣସି ପ୍ରଶଂସକଙ୍କୁ ଅସମ୍ମାନ କରିବା ମୋର ଉଦ୍ଦେଶ୍ୟ ନାହିଁ। ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଭଲ ପାଏ। ତେବେ ଏବେ କରୋନା ଭାଇରସ୍‌ ସଂକ୍ରମଣ ଭୟରେ ମୁଁ କୌଣସି ବ୍ୟକ୍ତିଙ୍କ ସହିତ ସେଲଫି ନେଇ ପାରୁନାହିଁ ବୋଲି ସନ୍ନି କହିଛନ୍ତି ।

ସମ୍ବନ୍ଧିତ ଖବର