ଜାଣନ୍ତି କି ଅନୁଭବ- ଅର୍ଚ୍ଚିତା ଯୋଡିର ଏକ ସିନେମା ରିଲିଜ୍‌ ହୋଇ ନାହିଁ !

ଭୁବନେଶ୍ୱର: ଓଲିଉଡର ଏକ ଲୋକପ୍ରି୍ୟ ଯୋଡ଼ି ହେଲେ ଅନୁଭବ- ଅର୍ଚ୍ଚିତା । ଅନୁଭବ ବ୍ଲକବଷ୍ଟର ମୁଭି ‘ଆଇ ଲଭ୍‌ ୟୁ’ ଜରିଆରେ ନାୟକଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା ବେଳେ ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ଓ ମାଇଁ ଲଭ୍‌’ ସିନେମାରୁ ଓଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେଅର୍ଚ୍ଚିତାା ଏହି ଯୋଡି ପ୍ରଥମେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେର୍ଶିତ ‘ତୋ’ ବିନା ମୋ’ କାହାଣୀ ଅଧା’ରେ ନଜର ଆସିଥିଲେ।ଏହା ପରେ ଶାରଦା ପ୍ରସନ୍ନ ପଣ୍ଡାଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେର୍ଶିତ‘ଧନରେ ରଖିବୁ ଶପଥ ମୋର’ରେ ଅନୁଭବ-ଅର୍ଚ୍ଚିତା ଯୋଡ଼ିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ଏହା ୨୦୦୮ରେ ରିଲିଜ୍‌ ହୋଇଥିଲା।

୨୦୦୯ରେ ପୁଣି ଏହି ଯୋଡି ସୀତାରାମ ଅଗ୍ରଓ୍ଵାଲ୍‌ ପ୍ରଯୋଜିତ ତଥା ଏସ୍‌ କେ ମୁରଲୀଧରନ୍‌ ନିର୍ଦେଶିତ ‘ଆକାଶେ କି ରଙ୍ଗ ଲାଗିଲା’ରେ ନଜର ଆସିଥିଲେ । ଏହାପରେ ସେଦୁହେଁ ଏକାଠି କାମ କରି ନାହାନ୍ତି।

ତେବେ କେବଳ ଏଭଳି ଗୋଟିଏ ଓଡ଼ିଆ ସିନେମାରେ କାମ କରୁଥିଲେ ଯାହା ଏଯାବତ୍‌ ପ୍ରେକ୍ଷାଳୟକୁ ଆସିନାହିଁ । ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ଓ ମାଇଁ ଲଭ୍‌’ ସିନେମାରୁ ଓଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିବା ଏହି ନାୟିକାଙ୍କ ଯେଉଁ ସିନେମାଟି ଅଧାରେ ଅଟକି ରହିଛି , ତାହା ହେଲା ‘ମନ ମୋର ନେଇ ଯା’ ରେ’ । ଏହାର ନିର୍ଦେଶନା ମଧ୍ୟ ଦେଉଥିଲେ ସଞ୍ଜୟ ନାୟକ। ଏହି ଫିଲ୍ମରେ ଅର୍ଚ୍ଚିତାଙ୍କର ନାୟକ ଥିଲେ ଅନୁଭବ । ଏହି ସିନେମାର କିଛି ଦିନର ସୁଟିଂ ବି ସରିଥିଲା ,ହେଲେ ପରେ କୌଣସି କାରଣରୁ ତାହାର କାର୍ଯ୍ୟ ଆଉ ଆଗେଇ ପାରି ନଥିଲା

ସମ୍ବନ୍ଧିତ ଖବର