ଏହି କ୍ରିକେଟ୍‌ ତାରକାଙ୍କୁ ଭଲ ପାଉଥିଲେ ମାଧୁରୀ

ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ମଲ୍‌ଟି ଷ୍ଟାରର କମେଡ଼ି ‘ଟୋଟାଲ୍‌ ଧମାଲ୍‌’ ଓ କରଣ ଜୋହରଙ୍କ ‘କଲଙ୍କ୍‌’ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଥମଟିରେ ସେ ଅନୀଲ କପୁର ଓ ଦ୍ୱିତୀୟଟିରେ ସଂଜୟ ଦତ୍ତଙ୍କ ବିପକ୍ଷରେ ନଜର ଆସିବେ ମାଧୁରୀ।

ମାଧୁରୀଙ୍କୁ ପ୍ରେମ ନିବେଦନ କରିଥିବା କଳାକାରଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ହେଲେ ଥରେ ମାଧୁରୀଙ୍କ ମନ ଆକର୍ଷିତ ହୋଇଥିଲା ଜଣେ କ୍ରିକେଟ୍‌ ତାରକାଙ୍କ ପ୍ରତି। ଏହି କ୍ରିକେଟ୍‌ ତାରକା ଜଣକ ହେଲେ ଅଜୟ ଜାଡ଼େଜା। ଉଭୟଙ୍କର ପ୍ରଥମ ସାକ୍ଷାତ ଏକ ପତ୍ରିକାର ଫଟୋସୁଟ୍‌ ଅବସରରେ ହୋଇଥିଲା। ପ୍ରଥମ ସାକ୍ଷାତରେ ମାଧୁରୀ ଦୀକ୍ଷିତ ଅଜୟ ଜାଡ଼େଜାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ସେହି ସମୟରୁ ମାଧୁରୀ ଓ ଅଜୟଙ୍କ ମଧ୍ୟରେ ପ୍ରେମସଂପର୍କ ଗଢ଼ି ଉଠିଥିଲା ବୋଲି କୁହାଯାଏ।

ଆହୁରି ମଧ୍ୟ ସେତେବେଳେ ଚର୍ଚ୍ଚା ହେଉଥିଲା ଯେ, ଅଜୟ ଜାଡ଼େଜାଙ୍କୁ ଅଭିନୟ କ୍ଷେତ୍ରକୁ ଆସିବା ପାଇଁ ଉସ୍‌କାଉଥିଲେ ମାଧୁରୀ। ସେ ବି ରାଜି ହୋଇଥିଲେ। ଏହାପରେ ମାଧୁରୀ ଦୀକ୍ଷିତ ଜଣେ ପ୍ରଯୋଜକଙ୍କୁ ତାଙ୍କ ବିପକ୍ଷରେ ଏକ ଚଳଚ୍ଚିତ୍ରରେ ଅଜୟ ଜଡ଼େଜାଙ୍କୁ ନେବାକୁ ମଧ୍ୟ ଅନୁରୋଧ କରିଥିଲେ।

Amazing Things About Cinema

ମାଧୁରୀଙ୍କ ସହ ସଂପର୍କ ରଖିବାପରେ ଏହାର କୁପ୍ରଭାବ ଅଜୟ ଜାଡ଼େଜାଙ୍କ ଖେଳ ଉପରେ ପଡ଼ିଲା। ସେ କ୍ରିକେଟରେ ଧ୍ୟାନ ଦେଲେ ନାହିଁ। ଏଣେ ଅଜୟ ଏକ ରାଜ ପରିବାରର ସଦସ୍ୟ ହୋଇଥିବାବେଳେ ମାଧୁରୀ ଏକ ମଧ୍ୟବିତ୍ତ ପରିବାରର ଝିଅ ହୋଇଥିବା ହେତୁ ଉଭୟଙ୍କ ମଧ୍ୟରେ ମିଳାମିଶାକୁ ଅଜୟଙ୍କ ପରିବାର ନାପସନ୍ଦ କରିଲେ। ଏହାପରେ ଅଜୟଙ୍କ ନାଆଁ ମ୍ୟାଚ୍‌ ଫିକ୍‌ସିଂ ମାମଲାରେ ଜଡ଼ିତ ହେଲା। ଏହାପରେ ଅଜୟଙ୍କ ଠାରୁ ଦୂରେଇ ଗଲେ ମାଧୁରୀ।

ସମ୍ବନ୍ଧିତ ଖବର