ବିନା ଟପ୍‌ରେ ଭିିଡିଓ ପୋଷ୍ଟ୍‌ କଲେ ଉର୍ଫି; ଗାଳି କଲେ ସମାଲୋଚକ

ନୂଆଦିଲ୍ଲୀ: ମଡେଲ୍‌ ଉର୍ଫି ଜାଭେଦ୍ ନିଜର ଫ୍ୟାସନ୍‌ ସେନ୍ସ ପାଇଁ ବହୁତ ଲୋକପ୍ରିୟ। କିଛି ଲୋକ ତାଙ୍କ ଅଦ୍ଭୂତ ଫ୍ୟାସନକୁ ଟ୍ରୋଲ କରୁଥିବା ବେଳେ ଅଭିନେତ୍ରୀଙ୍କର କିଛି ପ୍ରଶଂସକ ତାଙ୍କୁ ପସନ୍ଦ କରିଥାନ୍ତି। ତେବେ ଉର୍ଫି ଅନେକ ଥର ଟପ୍‌ଲେସ୍‌ ହୋଇ ବିବାଦର ପରିସରକୁ ଆସିଥିବା ବେଳେ ଏବେ ପୁଣି ଥରେ ସେ ସମାନ କାମ କରିଛନ୍ତି।

ସେ ନିକଟରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଅ‌ାକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓରେ ସେ ଏକ ଧଳା ରଂଗର ପ୍ୟାଣ୍ଟ୍‌ ପିନ୍ଧିଥିବା ବେଳେ ଉପରେ କିଛି ବି ପିନ୍ଧିନାହାନ୍ତି। ସେ ଏହି ବୋଲ୍‌ଡ ଭିିଡିଓ ସେୟାର୍‌ କରିବା ପରେ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ଗାଳି କରିବା ଆରମ୍ଭ କରିଛନ୍ତି।

 

 

View this post on Instagram

 

A post shared by Uorfi (@urf7i)

କିଛି ଦିନ ତଳେ ଉର୍ଫି ଏକ ଜ୍ୟାକେଟ୍‌ ପିନ୍ଧି ଭିଡିଓ ପୋଷ୍ଟ୍‌ କରିଥିଲେ। ଜ୍ୟାକେଟ୍‌ରେ ବହୁତଗୁଡ଼ାଏ ଛୋଟ ଛୋଟ ଟେଡି ବିୟର୍‌, ଡଲ୍‌ଫିନ୍‌, ହାତୀ, ମାଙ୍କଡ଼ ଆଦି ଲାଗିଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଏହି ଜ୍ୟାକେଟ୍‌ରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର କମେଣ୍ଟ୍‌ ଦେଇଥିବା ବେଳେ ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ପ୍ରଥମ ଥର ପାଇଁ ମୋତେ ଉର୍ଫିଙ୍କ ପୋଷାକ ଭଲ ଲାଗିଲା।’

ତେବେ ଉର୍ଫିଙ୍କୁ ତାଙ୍କ ଫେସନ୍‌ ସେନ୍ସ ପାଇଁ ଅନେକ ଲୋକ ଗାଳି କରୁଥିବା ବେଳେ ଅନେକ ଲୋକ, ଏପରିକି କିଛି ସେଲିବ୍ରିଟି ପସନ୍ଦ ବି କରିଥାନ୍ତି। ନିକଟରେ  ଅଭିନେତ୍ରୀ କରୀନା କପୁର ବି ଏକ ସାକ୍ଷାତ୍‌କାରେ ଉର୍ଫିଙ୍କ ଫେସନ୍‌ ସେନ୍ସକୁ ପସନ୍ଦ କରିଥିଲେ। ଅଭିନେତ୍ରୀ ନେହା ଧୁପିଆ ବି ଉର୍ଫିଙ୍କୁ ତାଙ୍କ ଫେସନ୍‌ ସେନ୍ସ ପାଇଁ ପ୍ରଶଂସା କରିଛନ୍ତି।

 

ସମ୍ବନ୍ଧିତ ଖବର