ଉର୍ଫି ଜଣେ କିନ୍ନର, ମୋ ପାଖରେ ଏହାର ପ୍ରମାଣ ଅଛି: ଫୈଜାନ ଅନସାରି

ମୁମ୍ବାଇ: ନିଜର ପୋଷାକ ପାଇଁ ଉର୍ଫି ଜାଭେଦ ସୋସିଆଲ ମିଡିଆର ଏକ ଜଣାଶୁଣା ଚେହେରା ପାଲଟିଛନ୍ତି। ଭିନ୍ନ ଭିନ୍ନ ଡିଜାଇନର ପୋଷାକ ପିନ୍ଧି ଫଟୋ ଏବଂ ଭିଡିଓ ସେୟାର କରୁଥିବାରୁ ଉର୍ଫି ଜାଭେଦ ସବୁବେଳେ ଲାଇମଲାଇଟରେ ରହିଥାନ୍ତି। ସେ ପିନ୍ଧୁଥିବା ପୋଷାକ ହେତୁ ତାଙ୍କୁ ଟ୍ରୋଲିଂର ସାମ୍ନା ମଧ୍ୟ କରିବାକୁ ପଡିଥାଏ, ହେଲେ ନିଜ ଜବାବରେ ସେ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁ ବନ୍ଦ କରି ଆସିଛନ୍ତି। ହେଲେ ଏବେ ଅଭିନେତା ଫୈଜାନ୍ ଅନସାରି, ଉର୍ଫିଙ୍କ ଉପରେ ଯେଉଁ ଆରୋପ ଲଗାଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫୈଜାନ, ଉର୍ଫିଙ୍କୁ କିନ୍ନର କହିବା ସହ ଏନେଇ ତାଙ୍କ ପାଖରେ ପ୍ରମାଣ ଥିବା କହିଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଫୈଜାନ୍ ଅନସାରି କହିଛନ୍ତି, ‘ମୋ ପାଖରେ ପ୍ରମାଣ ଅଛି ଯାହା ଆଧାରରେ ମୁଁ ଦେଶବାସୀଙ୍କ ସାମ୍ନାରେ ଏକ ବଡ଼ ଖୁଲାସା କରିବାକୁ ଯାଉଛି। ଉର୍ଫି ଜାଭେଦ୍ ଝିଅ ନୁହଁନ୍ତି, ସେ ଜଣେ କିନ୍ନର। ତାଙ୍କ ସହ ମୋର ପୂର୍ବରୁ ଅନେକ ବିବାଦ ହୋଇଛି, ଯାହା ହାଇକୋର୍ଟରେ ପହଞ୍ଚିଛି। ବର୍ତ୍ତମାନ ମୁଁ ହାଇକୋର୍ଟରେ ସାକ୍ଷୀ ଓ ପ୍ରମାଣ ଦେଇ କିନ୍ନର ସମାଜର ମୁଖ୍ୟଙ୍କ ସହ ସେ କ’ଣ ତାହା ପ୍ରମାଣ କରିବି। ମୋ ଟିମ ଉର୍ଫିଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଉର୍ଫି ସମସ୍ତଙ୍କ ସହ ଅପମାନିତ କଲା ଭଳି କଥା ହୋଇଥିଲେ। ମୁସଲମାନ ସମାଜ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଏପରି ପରିସ୍ଥିତିରେ, ମୁଁ ଅନୁଭବ କରୁଛି ଯେ ବର୍ତ୍ତମାନ ତାଙ୍କ ସହ କଥା ହୋଇ କୌଣସି ଲାଭ ନାହିଁ। ତାଙ୍କୁ ସିଧାସଳଖ ଉଚିତ୍ ଶିକ୍ଷା ଦେବି। ଜଣେ ମୁସଲମାନ ହୋଇ ସେ ଆମ ନାଁକୁ ବଦନାମ କରୁଛନ୍ତି। ମୁଁ ତାଙ୍କୁ ବୁଝାଇବା ପାଇଁ ବହୁତ ଚେଷ୍ଟା କଲି କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ସେଥିପାଇଁ ମୁଁ ଚାହୁଁଛି ଯେ ତାଙ୍କର ଅସଲ ଚେହେରା ଯଥାଶୀଘ୍ର ଲୋକଙ୍କ ସାମ୍ନାକୁ ଆସୁ ଏବଂ ସେ କିନ୍ନର ସମାଜରେ ସାମିଲ ହୁହନ୍ତୁ।

ଫୈଜାନ୍ ଅନସାରିଙ୍କ ଏହି ଖୁଲାସା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କର ଏଭଳି ଖୁଲାସର ବିଷୟରେ ଜାଣି ଉର୍ଫି କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଦେଖିବ‌ାକୁ ବାକି ରହିଲା।

ସମ୍ବନ୍ଧିତ ଖବର