ମୁମ୍ବାଇ: 'ବିଗ୍ ବସ୍ ଓଟିଟି୧'ରୁ ନେଇ ସୋସିଆଲ୍ ମିଡିଆ ସେନ୍ସେସନ୍ ବନିଥିବା ଉର୍ଫି ଜାଭେଦଙ୍କ ସଂପର୍କରେ ଆଲୋଡ଼ନ ସୃଷ୍ଟି କରିବା ପରି ଏକ ଖବର ଆସିଛି। ଉର୍ଫି ଜାଭେଦ୍ ଆଜି ଜଣେ ସୋସିଆଲ୍ ମିଡିଆ ସେନ୍ସେସନ୍ ପାଲଟିଛନ୍ତି। ଉର୍ଫି କୌଣସି ଟିଭି ସିରିଏଲରୁ ଯେତିକି ଲୋକପ୍ରିୟତା ପାଇନାହାଁନ୍ତି, ସେ ବର୍ତ୍ତମାନ ତାଙ୍କର ପୋଷାକ ଏବଂ ଜୀବନଶୈଳୀ ପାଇଁ ସେତିକି ଚର୍ଚ୍ଚିତ ପାଲଟିଛନ୍ତି।
ବର୍ତ୍ତମାନ ଉର୍ଫିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍ ଆସୁଛି, ଯାହା ମାଧ୍ୟମରେ ଲୋକମାନେ ତାଙ୍କୁ ଅଧିକ ଭଲ ଭାବରେ ଜାଣିପାରିବେ। ଏହି ୱେବ୍ ସିରିଜର ନାମ ହେଉଛି 'ଫଲୋ କର୍ଲୋ ୟାର୍'। ଏଥିରେ ଅନେକ ସେଲିବ୍ରିଟିଙ୍କ ସହ ଉର୍ଫି ଜାଭେଦଙ୍କ ପରିବାର ମଧ୍ୟ ତାଙ୍କ ବିଷୟରେ ମିଠା ଏବଂ ଖଟା କାହାଣୀ କହୁଥିବାର ଦେଖିବାକୁ ମିଳିବ। ସେହି ସିରିଜ୍ର ଏବେ ଟ୍ରେଲର୍ ରିଲିଜ୍ ହୋଇଯାଇଛି।
ଅବଶ୍ୟ, ଲୋକମାନେ ଉର୍ଫି ଜାଭେଦଙ୍କୁ ଟ୍ରୋଲ କରିପାରନ୍ତି କିମ୍ବା ତାଙ୍କୁ କଡ଼ା ସମାଲୋଚନା କରିପାରନ୍ତି, କିନ୍ତୁ ସମସ୍ତେ ତାଙ୍କ ଜୀବନ ବିଷୟରେ ଜାଣିବାକୁ ଚାହାଁନ୍ତି। ଆଜିକା ସମୟର ପ୍ରତ୍ୟେକ ପିଲା ଉର୍ଫି ଜାଭେଦଙ୍କ ନାମ ଜାଣିଛନ୍ତି। ଅନେକ ଚଳଚ୍ଚିତ୍ର ତାରକା ଉର୍ଫିଙ୍କ ଫ୍ୟାସନ୍ ସେନ୍ସ ଓ ଷ୍ଟାଇଲ୍କୁ ପ୍ରଶଂସା କରିଥାନ୍ତି ମଧ୍ୟ। 'ଫଲୋ କର୍ଲୋ ୟାର୍' ସିରିଜ୍ରୁ ଉର୍ଫିଙ୍କ ବିଷୟରେ ତାଙ୍କ ପ୍ରଶଂସକ ଆହୁରି ଭଲ ଭାବେ ଜାଣିପାରିବେ। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା, ଯାହା ଚର୍ଚ୍ଚାରେ ଅଛି।
'ଫଲୋ କର୍ଲୋ ୟାର୍'ର ଟ୍ରେଲରରେ ଉର୍ଫି ଜାଭେଦଙ୍କ ପରିବାରର ସଂଘର୍ଷ ଏବଂ ସେମାନଙ୍କର ମଧୁର ଏବଂ ଖରାପ ସମ୍ପର୍କର ଝଲକ ଦେଖିବାକୁ ମିଳିବ। କିଛି ଏପରି ଜିନିଷ ସାମ୍ନାକୁ ଆସିବ, ଯାହା ବିଷୟରେ ଲୋକମାନେ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି।