ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍ବସ୍ ଫେମ୍ ତଥା ମଡେଲ୍ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫିଙ୍କୁ ଏକ 'ଓରାଲ ହାଇଜିନ୍ ବ୍ରାଣ୍ଡ' ବିଜ୍ଞାପନ ପାଇଁ ଉଲଗ୍ନ ହେବାକୁ କହିଥିବା ସାମ୍ନାକୁ ଆସିଛି।
/newsnation/media/media_files/2024/12/11/56FCQf2jwRL2cX5KEAVx.jpg)
ଏବିଷୟରେ ଜଣାଇଛନ୍ତି ଉର୍ଫି। କମ୍ପାନି ତରଫରୁ ଆସିଥିବା ଇମେଲର ସ୍କ୍ରିନସଟ୍ ଉର୍ଫି ଇନଷ୍ଟା ଷ୍ଟୋରିରେ ସେୟାର କରିବା ପରେ ଏବେ ଏହା ସାମ୍ନାକୁ ଆସିଛି। "ଆମ ପାଖରେ ଏକ ସ୍କ୍ରିପ୍ଟ ରହିଛି। ଉର୍ଫି ଉଲଗ୍ନ ହେବାକୁ ରାଜି ହେବେ କି?" କମ୍ପାନି ତରଫରୁ ଏଭଳି ଇମେଲ୍ ପାଇ ଉର୍ଫି ବିରକ୍ତି ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଏଭଳି କହି ତୁମେ ସୁବ ସୀମା ଅତିକ୍ରମ କରିଛ। ଏବେ ପରିଣାମ ପାଇଁ ନିଜକୁ ପ୍ରସ୍ତୁତ କର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/11/qPeBUp365uyrn24ZnCox.jpg)