ମୁମ୍ବାଇ : କର୍ଲସ ଚ୍ୟାନେଲରେ ପ୍ରାସାରିତ ହୋଇ ସାରିଥିବା ଚର୍ଚ୍ଚିତ ସୋ’ ‘କମେଡ଼ି ନାଇଟ୍‌ ଉଇଥ୍‌ କପିଲ’ରେ ପିଉସୀ ଭୂମିକାରେ ନଜର ଆସିଥିବା ଉପାସନା ସିଂ ଦୀର୍ଘ ୪ବର୍ଷ ପରେ ନିଜ ସ୍ୱାମୀଙ୍କ ପାଖକୁ ଫେରିଥିବା ଜଣା ପଡ଼ିଛି । କିଛି ପାରିବାରିକ କଳହ ପାଇଁ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ ବୋଲି ଜଣା ପଡ଼ିଛି । ଉପାସନା ‘ସାଥ୍‌ ନିଭାନା ସାଥିଆ’ରେ ଅଭିନୟ କରିଥିବା ନୀରଜ ଭରଦ୍ୱାଜଙ୍କୁ ବିବାହ କରିଥିବା ବେଳେ ବିବାହର କିଛି ବର୍ଷ ପରେ ତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।
ଗୋଟେ ଛାତ ତଳେ ରହି ମଧ୍ୟ ଦୁହେଁ ଦୁହିଁଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ । କେହି କାହା କଥାରେ ହସ୍ତକ୍ଷପ କରୁ ନଥିଲେ । ଏଭଳି କିଛି ଦିନ ଚାଲିବା ପରେ ଦୁଇ ଜଣ ଛାଡ଼ପତ୍ର ନେବା ସହ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରେ ଦୁଇ ଜଣ ଛାଡ଼ପତ୍ର ନନେଇ ଅଲଗା ଅଲଗା ରହିବାକୁ ଲାଗିଥିଲେ । ଏମିତି କି ଉପାସନା ନିଜ ଜନ୍ମଦିନ ପାର୍ଟିରେ ମଧ୍ୟ ନୀରଜଙ୍କୁ ଡ଼ାକୁ ନଥିଲେ । ଦୀର୍ଘ ୪-୫ବର୍ଷ ଏଭଳି ଚାଲିବା ପରେ ଦୁଇଜଣଙ୍କ ମଧ୍ୟରେ ଏବେ ସବୁ ଠିକ୍‌ ହୋଇ ଯାଇଥିବା ଜଣା ପଡ଼ିଛି ।

Advertisment

publive-image DNA India

ଦୁଇ ଜଣଙ୍କ ସଂପର୍କକୁ ପୁଣି ଥରେ ସୁଦୃଢ଼ କରିବା ପାଇଁ ସେମାନେ ବାହାରକୁ ବୁଲି ଯାଇଥିବା ବେଳେ ଉପାସନା ବିହାରରେ ଥିବା ନିଜ ଶାଶୁ-ଶ୍ୱଶୁରଙ୍କୁ ଭେଟିବାକୁ ଯାଇଥିଲେ । ସୂଚନା ମୁତାବକ, ପ୍ରଥମେ ନୀରଜଙ୍କୁ ଉପାସନା ତାଙ୍କର ପ୍ରଥମ ଧାରାବାହିତ ‘ଏ ଦିଲ୍‌-ଏ ନାଦାନ’ ଜରିଆରେ ଭେଟିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହେବା ସହ ୨୦୦୯ରେ ଦୁଇ ଜଣ ବିବାହ ମଧ୍ୟ କରିଥିଲେ ।