ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ହାତରେ ରହିଛଇ ବେଶ୍ କତୋଟି ସିନେମା। ଏବେ ସେ ଆଉ ଏକ ନୂଆ ଓଡ଼ିଆ ସିନେମାରେ ଅଭିନୟ କରିବେ ବୋଲି ଜଣାଯାଇଛି। ଏହାର ଶୀର୍ଷକ ହେଲା ‘ଅନ୍ତର୍ଯ୍ୟାମୀ’। ଏଥିରେ ବାବୁସାନଙ୍କୁ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହା ଏକ ଆକସନ୍ ପ୍ୟାକଡ ମୁଭି ବୋଲି ଚର୍ଚ୍ଚା ହେଉଛି। ଅମିତ ନିଷାଦ ‘ଅନ୍ତର୍ଯ୍ୟାମୀ’ର ପ୍ରଯୋଜନା କରିଥିବା ବେଳେ ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦେଶନା ଦାୟିତ୍ବରେ ଅଛନ୍ତି ନବାଗତ ଶିବ ସତ୍ୟମ୍। ତେବେ ଏହାର ନାୟିକା କିଏ ହେବେ ତାହା ଜଣାପଡ଼ିନାହିଁ।
ଏଣେ ବାବୁସାନ୍ ‘ଗଜପତି’ ଶୀର୍ଷକରେ ନିର୍ମିତ ଏକ ସିନେମାରେ ବି କାମ କରିବେ। ଏହି ସିନେମା ବିଷୟରେ ବାବୁସାନଙ୍କ ଜନ୍ମଦିନରେ ଘୋଷଣା କରାଯାଇଥିଲା। ଏହାର କଥାବସ୍ତୁ ମୌଳିକ ବୋଲି କୁହାଯାଉଛି। କେ ମୁରଲୀକ୍ରୀଷ୍ଣା ଏହି ସିନେମାର ନିର୍ଦେଶକ। କେ ମୁରଲୀକ୍ରୀଷ୍ଣା ପ୍ରଥମ ଥର ଲାଗି ବାବୁସାନଙ୍କୁ ନିର୍ଦେଶନା ଦେବାର ସୁଯୋଗ ପାଇଛନ୍ତି। ବାବୁସାନଙ୍କ ପୂର୍ବ ହିଟ୍ ଫିଲ୍ମ ‘ବିଦ୍ୟାରାଣ’ର ନିର୍ମାତା ନିରଞ୍ଜନ ନାୟକ ‘ଗଜପତି’ର ପ୍ରଯୋଜନା କରୁଛନ୍ତି। ଏହା ବାବୁସାନଙ୍କ ସହ ତାଙ୍କର ଦ୍ବିତୀୟ ସିନେମା ହେବ। ଗୌରବ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ବାପୁ ଗୋସ୍ବାମୀ ଏହାର ସଂଳାପ ଲେଖିଛନ୍ତି। ତେଣେ ତାଙ୍କର ଅନ୍ୟ ଏକ ସିନେମା ‘ଗୋଟେ ରାଜା ଥିଲା’ର ସୁଟିଂ କେବେ ଆରମ୍ଭ ହେବ ତାକୁ ନେଇ ସିନେପ୍ରେମୀଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି।ରମେଶ ବାରିକ ଏହାର ନିର୍ମାତା। ଲୋକପ୍ରିୟ ନିର୍ଦ୍ଦେଶକ ହେଲେ ସୁଶାନ୍ତ ମଣି ଏହାର ନିର୍ଦେଶନା ଦାୟିତ୍ବରେ ଅଛନ୍ତି। ଆଗରୁ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଆଖିରେ ଆଖିରେ, ଲେଖୁ ଲେଖୁ ଲେଖିଦେଲି ଓ ‘ସୁଇଟ୍ ହାର୍ଟ’ ଆଦି ସିନେମାରେ କାମ କରିଥିଲେ ବାବୁସାନ୍।
ଏସବୁ ସିନେମାରେ ନଜର ଆସିବେ ବାବୁସାନ୍
/sambad/media/post_attachments/wp-content/uploads/2019/08/baBUSAN-09.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)