ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫିଙ୍କୁ ଏବେ ପୁଣି ଥରେ ନିଜ ପୋଷାକ ପାଇଁ ଟ୍ରୋଲ ହେବାକୁ ପଡ଼ିଛି।

Advertisment

ଏବେ ଉର୍ଫି ନିଜର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନୀଳ ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ତେବେ ବିଶେଷ କଥା ହେଉଛି ଉର୍ଫି ଜାଭେଦ ପିନ୍ଧିଥିବା ପୋଷାକ ଉପରେ ଶିଙ୍ଗ ଥିବା ଦେଖାଯାଇଛି। ଉର୍ଫି ଜାଭେଦଙ୍କ ଏହି ପୋଷାକର ଡିଜାଇନ କିଛି ଲୋକଙ୍କ ହୋସ ଉଡ଼ାଇ ଦେଇଥିବା ସହ କିଛି ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି।

publive-image

ଉର୍ଫି ଜାଭେଦଙ୍କ ଏହି ଫଟୋ ଉପରେ ପ୍ରତିକ୍ରିୟା ଦେଇ ଜଣେ ସୋସିଆଲ ମିଡିଆରେ ବ୍ୟବହାରକାରୀ ଲେଖିଛନ୍ତି ଯେ ଏଇଟା ତ ଯମରାଜଙ୍କ ପତ୍ନୀଙ୍କ ପୋଷାକ। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ସାମ୍ନାରେ ଶିଙ୍ଗ ବାହାର ନକରି ଭଲ କରିଛ।

ଏକଦା ହତ୍ୟା ଧମକ ମିଳିଥିବା ନେଇ ଦାବି କରି ଚର୍ଚ୍ଚାକୁ ଆସିଥିଲେ ଉର୍ଫି। ସେ କହିଥିଲେ ଯେ, ମୋତେ ନୀରଜ ପାଣ୍ଡେଙ୍କ ଅଫିସରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ଗୋଟିଏ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ତାଙ୍କ ଅଫିସକୁ ଡାକିଥିଲେ। ହେଲେ ମୁଁ କଲ୍ କରିଥିବା ବ୍ୟକ୍ତିଙ୍କୁ ପ୍ରୋଜେକ୍ଟ ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଥିଲି। ଏହା ଶୁଣି ସେ ରାଗିଯିବା ସହ ମୋତେ ଧମକ ଦେଇଥିଲେ। ସେ କହିଥିଲେ, ତୁମେ ନୀରଜ ପାଣ୍ଡେଙ୍କୁ ଅପମାନିତ କରିବାକୁ କିପରି ସାହସ କରୁଛ? ମୁଁ ତୁମ ଗାଡି ନମ୍ବର ଜାଣିଛି। ତୁମ ବିଷୟରେ ସବୁ କିଛି ଜାଣିଛି। ତୁମକୁ ମାଡ଼ ମାରି ମାରି ହତ୍ୟା କରାଯିବା ଉଚିତ୍। ମୁଁ ସବିଶେଷ ତଥ୍ୟ ଦେବାକୁ କହିଲି ବୋଲି ସେ ମୋତେ ଏଭଳି ଧମକ ଦେଇଛନ୍ତି।