ମୁମ୍ବାଇ: ଉର୍ଫି ଯାଦବ ତାଙ୍କର ପୋଷାକକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ବେଳେ ଧୀରେ ଧୀରେ ସୋସିଆଲ୍‌ ମିଡିଆରେ ସେ ଜଣେ ଟ୍ରେଣ୍ଡ୍‌ ସେଟର୍‌ ବନି ସାରିଲେଣି। ଏବେ ସେ ପୁଣି ଥ‌ରେ ଏକ ବୋଲ୍‌ଡ ପୋଷାକ ପିନ୍ଧି ଚର୍ଚ୍ଚାରେ ରହିଥିବା ବେଳେ କ୍ୟାମେରାମ୍ୟାନ୍‌ଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରୁଥିବାର ନଜର ଆସିଛନ୍ତି। ଗୁରୁବାର ସେ ‘ମିଡିଲ୍‌ କ୍ଲାସ୍‌ ଲଭ୍‌’ ଚଳଚ୍ଚିତ୍ରର ସ୍କ୍ରିନିଂ‌ରେ ପହଞ୍ଚିଥିବା ବେଳେ ତାଙ୍କର ପୋଷାକ ପାଇଁ ପୁଣି ଥରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ଏଥର ଉର୍ଫି ନିଜର ପୋଷାକ ପାଇଁ ନୁହେଁ ନିଜର ବୟାନ ପାଇଁ ବିବାଦରେ ରହିଛନ୍ତି।

Advertisment

ସ୍କ୍ରିନିଂ‌ରେ ପହଞ୍ଚିଥିବା ବେଳେ ଉର୍ଫିଙ୍କର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ଉର୍ଫି ଜଣେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ପଚାରୁଥିବା ଏକ ପ୍ରଶ୍ନ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଉର୍ଫି ଭିଡିଓରେ ପାଟି କରୁଥିବାର ଦେଖିବାକୁ ମିଳିଛି। ଯିଏ ମୋ ସହ ଫଟୋ ନେବାକୁ କହୁଥିଲେ ସେ ଆଗକୁ ଆସ। ତାପରେ ଜଣେ ଫଟୋଗ୍ରାଫର୍‌ ମୁହଁ ତଳକୁ କରି ଲାଜେଇକି ଆସୁଛନ୍ତି। ଫଟୋ କ୍ଲିକ୍‌ ହେବା ପରେ ଉର୍ଫି ଫଟୋଗ୍ରାଫର୍‌କୁ କହୁଛନ୍ତି କି ଲାଜଉଛ କାହିଁକି? ଫାଲତୁରେ ଲାଜଉଛ। ତମକୁ ଦୁଷ୍କର୍ମ କରିଛି କି? ତମର କ’ଣ କିଛି କରିଛି ମୁଁ? କରିନି ନା କିଛି? ଦୁଷ୍କର୍ମ କଥା କହିବା ପରେ ବ୍ୟବହାରକାରୀ ଉର୍ଫି ଜାଭେଦଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି।