ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଅଭିନେତ୍ରୀ ଉର୍ଫି ଜାଭେଦ ଖୁବ୍ ଚର୍ଚ୍ଚିତ। ସେ ସବୁବେଳେ ନିଜ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ‌ତାଙ୍କ ଡ୍ରେସ୍‌ ଡିଜାଇନ୍‌ ଓ ତାଙ୍କ ଅନ୍ଦାଜ ପ୍ରଶଂସକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।

Advertisment

ନିକଟରେ ଉର୍ଫିଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଜଣେ ବ୍ୟକ୍ତି ଉର୍ଫିଙ୍କୁ ‘ଆଇ ଲଭ୍‌ ୟୁ’ କହୁଥିବାର ଶୁଣିବାକୁ ମିଳୁଛି। ଉର୍ଫି ତାପରେ ବ୍ୟକ୍ତି ଜଣଙ୍କୁ ହସି ହସି କହୁଛନ୍ତି, ‘ସ୍ତ୍ରୀ ଅଛି କି ନାହିଁ? ମୋତେ ସ୍ତ୍ରୀଙ୍କ ନମ୍ବର ଦିଅ’। ତାପରେ ଅନ୍ୟ ଜଣେ କହୁଥିବାର ଶୁଣିବାକୁ ମିଳିଛି ଯେ, ‘ସେ କୁଆଁରା ଅଛନ୍ତି, ତାଙ୍କର ବିବାହ ହୋଇ ନାହିଁ।’ ଏହିପରି ଭାବେ ଉର୍ଫିଙ୍କ ସହ ହସମଜାକର ଏକ ଭିଡିଓ ଭାଇରାଲ୍‌ ହୋଇଛି।

ଉର୍ଫି ସେ ସମୟରେ ଜଣେ ବ୍ୟକ୍ତିଙ୍କୁ ‘ଧରିକି ମରିବି’ ବୋଲି ବି କହୁଥିବାର ଶୁଣିବାକୁ ମିଳିଛନ୍ତି। ଜଣେ ଯୁବକ ପ୍ରେମ ଅନ୍ଧ ହୋଇଥାଏ ବୋଲି କହୁଥିବା ବେଳେ ଉର୍ଫି ଏପରି କହିଛନ୍ତି।

ଭିଡିଓରେ ଉର୍ଫି ଏକ ଲମ୍ବା ପ୍ୟାଣ୍ଟ୍‌ ସହ କ୍ରପ୍‌ ଟପ୍‌ରେ ନଜର ଆସିଛନ୍ତି। ଗତକାଲି ଉର୍ଫିଙ୍କର ଅନ୍ୟ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ଉର୍ଫି ନ୍ୟୁଡ୍‌ ଫଟୋସୁଟ୍‌ କରୁଥିବାର ନଜର ଆସିଥିଲେ। ତାଙ୍କର ଉକ୍ତ ଅର୍ଧନଗ୍ନ ବା ସେମି ନ୍ୟୁଡ୍‌ ଭିଡିଓ ଦେଖିବା ପରେ ଅନେକ ଲୋକ ‌ତାଙ୍କ ଉପରେ କ୍ଷୋଭ ବି ପ୍ରକାଶ କରିଛନ୍ତି।