ମୁମ୍ବାଇ: ସୋସିଆଲ୍ ମିଡିଆରେ ଅଭିନେତ୍ରୀ ଉର୍ଫି ଜାଭେଦ ଖୁବ୍ ଚର୍ଚ୍ଚିତ। ସେ ସବୁବେଳେ ନିଜ ଷ୍ଟାଇଲ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଡ୍ରେସ୍ ଡିଜାଇନ୍ ଓ ତାଙ୍କ ଅନ୍ଦାଜ ପ୍ରଶଂସକଙ୍କୁ ବେଶ୍ ଆକର୍ଷିତ କରିଥାଏ।
ନିକଟରେ ଉର୍ଫିଙ୍କର ଏକ ଲୁକ୍ ସଭିଙ୍କୁ ଚକିତ କରିଛି। ସେ ମୋବାଇଲ୍ ଓ ଚାର୍ଜକୁ ବ୍ୟବହାର କରି ନିଜର ଏକ ପୋଷାକ ଡିଜାଇନ୍ କରି ତାହାକୁ ପରିଧାନ କରିଛନ୍ତି। ଉର୍ଫି ତାଙ୍କ ନୂଆ ଲୁକ୍ର ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି।
ଉର୍ଫି ମୋବାଇଲ୍ ଓ ଚାର୍ଜରେ ବନାଇଥିବା ତାଙ୍କ ପୋଷକକୁ ସେ ନୀଳ ରଂଗର ପ୍ୟାଣ୍ଟ୍ ଓ ବ୍ଲେଜର୍ ସହ ପିନ୍ଧିଛନ୍ତି। ସେ ଏହି ପୋଷ୍ଟ୍ଟିର କ୍ୟାପ୍ସନରେ ଲେଖିଛନ୍ତି, ‘ଫୁଲି ଚାର୍ଜଡ’।
View this post on Instagram
ଅଭିନେତ୍ରୀଙ୍କର ଏହି ଲୁକ୍ ଏବେ ଟକ୍ ଅଫ୍ ଦି ଟାଉନ୍ ବନିଛି। ଅନେକ ବ୍ୟବହାରାକରୀ ଉର୍ଫିଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଲାପ୍ଟପ୍ରେ ସ୍କର୍ଟ ବନେଇ ପିନ୍ଧି ଦେଇଥାନ୍ତ। ପ୍ୟାଣ୍ଟ୍ କାଇଁ ପିନ୍ଧୁଥିଲ?’
ଉର୍ଫି ଭିଡିଓରେ ଏକ୍ଦମ୍ ବିନ୍ଦାସ ଅନ୍ଦାଜରେ ଚାଲୁଥିବାର ନଜର ଆସିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଫୋନ୍ ଚାର୍ଜ ହୋଇଗଲାଣି। ବାହାର କରିଦେବି କି ଚାର୍ଜରରୁ?’
କେହି କେହି ଉର୍ଫିଙ୍କୁ ଖରାପ ଭାଷାରେ ଗାଳିଗୁଲଜ ବି କରିଛନ୍ତି। ତାଙ୍କର ଏପରି ପାଗଳାମୀ ପାଇଁ ତାଙ୍କୁ ଦେଶ ବାହାରକୁ ବାହାର କରି ଦିଆଯାଉ ବୋଲି ଜଣେ ବ୍ୟବହାରକାରୀ କମେଣ୍ଟ କରିଛନ୍ତି।