ନୂଆଦିଲ୍ଲୀ: ଉର୍ଫି ଜାଭେଦ୍ ସୋସିଆଲ ମିଡିଆରେ କିଛି ନା କିଛି କରି ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ‘ବିଗ୍ ବସ୍’ ଫେମ୍‌ ଉର୍ଫି ଅଧିକାଂଶ ସମୟରେ ନିଜ ପୋଷାକ ପାଇଁ ହିଁ ଆଲୋଚନାର ପରିସର ଭିତରକୁ ଆସିଥାନ୍ତି।

Advertisment

ପ୍ଲାଷ୍ଟିକ୍ ବ୍ୟାଗଠାରୁ ଆରମ୍ଭ କରି ପିଲାମାନଙ୍କର ଖେଳନା ପର୍ଯ୍ୟନ୍ତ, ପୂର୍ବରୁ ଉର୍ଫି ଅନେକ ଜିନିଷରୁ ତାଙ୍କ ପୋଷାକ ତିଆରି କରି ସାରିଛନ୍ତି। ଏବେ ଉର୍ଫିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସିଗାରେଟ ଖଣ୍ଡରୁ ପୋଷାକ ତିଆରି କରୁଥିବା ଦେଖିବାକୁ ମିଳିଛି।
ଏହି ଭିଡିଓ ଇନଷ୍ଟା ପୃଷ୍ଠାରେ ସେୟାର କରାଯାଇଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଉର୍ଫି ରାସ୍ତାରେ ସିଗାରେଟ୍ ଗୁଣ୍ଡ ସଂଗ୍ରହ କରି ସେଥିରେ ତାଙ୍କ ପୋଷାକର ଡିଜାଇନ୍ କରିଛନ୍ତି।

View this post on Instagram

A post shared by Voompla (@voompla)

ଉର୍ଫି ସିଗାରେଟ୍ ଗୁଣ୍ଡରୁ ଏପରି ସୁନ୍ଦର ପୋଷାକ ତିଆରି କରିଛନ୍ତି ଯେ, ଯାହା ଆପ‌ଣ କଳ୍ପନା ବି କରିନଥିବେ। ପରେ ଉର୍ଫି ସିଗାରେଟ୍ ଖଣ୍ଡରେ ତିଆରି ହୋଇଥିବା ସେହି ପୋଷାକ ପିନ୍ଧି ଫଟୋ ସୁଟ୍‌ ବି କରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଉର୍ଫି ଏହି ପୋଷାକରେ ଅତ୍ୟନ୍ତ ଗ୍ଲାମରସ୍ ଦେଖାଯାଉଛନ୍ତି।
ଉର୍ଫି ଜାଭେଦଙ୍କ ଏହି ଭିଡିଓରେ ଲୋକଙ୍କ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ଆଜି ପ୍ରଥମ ଥର ପାଇଁ କେହି ଜଣେ ସିଗାରେଟ୍ ସଠିକ୍ ଭାବରେ ବ୍ୟବହାର କଲେ।’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ମୁଁ ପ୍ରଥମ ଥର ପାଇଁ ତାଙ୍କ ପୋଷାକକୁ ପସନ୍ଦ କରୁଛି।’’  ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ଉର୍ଫି ଏହି ପୋଷାକରେ ଖୁବ୍‌ ଭଲ ଦେଖାଯାଉଛନ୍ତି।’’