ନୂଆଦିଲ୍ଲୀ: ମଡେଲ୍‌ ଉର୍ଫି ଜାଭେଦ୍ ନିଜର ଫ୍ୟାସନ୍‌ ସେନ୍ସ ପାଇଁ ବହୁତ ଲୋକପ୍ରିୟ। କିଛି ଲୋକ ତାଙ୍କ ଅଦ୍ଭୂତ ଫ୍ୟାସନକୁ ଟ୍ରୋଲ କରୁଥିବା ବେଳେ ଅଭିନେତ୍ରୀଙ୍କର କିଛି ପ୍ରଶଂସକ ତାଙ୍କୁ ପସନ୍ଦ କରିଥାନ୍ତି। ନିକଟରେ ଉର୍ଫି ଡିସ୍କୋ ଡାନ୍ସର୍ - ଦି ମ୍ୟୁଜିକାଲର ଏକ ଅଂଶ ଭାବରେ ନଜର ଆସିଥିଲେ। ଯେଉଁଠାରେ ତାଙ୍କ ସହ ଦେଖିବାକୁ ମିଳିଥିଲେ ନ୍ୟାସା ଦେବଗନ୍‌ଙ୍କ ବନ୍ଧୁ ଓର୍‌ହାନ୍‌ ଅୱତ୍ରମଣି। ତେବେ ଉର୍ଫି ଓ ନ୍ୟାସାଙ୍କର ଏହି ବନ୍ଧୁ ମିଶି କ୍ୟାମେରା ସମ୍ମୁଖରେ ପୋଜ୍ ଦେଇଥିବା ବେଳେ ପ୍ରଶଂସକମାନେ ସେମାନଙ୍କୁ ‘ରବ୍‌ନେ ବନା ଦି ଯୋଡ଼ି’ ବୋଲି କହୁଛନ୍ତି।

Advertisment

ଫଟୋଗ୍ରାଫର୍‌ ସେୟାର କରିଥିବା ଭିଡିଓରେ ଉର୍ଫି ଜାଭେଦ ଏକ ମ୍ୟୁଜିକାଲ ସୋ’ରେ କଳା ରଙ୍ଗର ଗାଉନରେ ନଜର ଆସିଥିଲେ। ସେ ତାଙ୍କର ଲୁକ୍‌କୁ ଅଳଙ୍କାର ସହ ସଂପୂର୍ଣ୍ଣ କରିଥିବା ବେଳେ ଓର୍‌ହାନ୍‌ ଏକ ଫିକା ସବୁଜ ରଂଗର‌ ପୋଷାକ ପିନ୍ଧି ନଜର ଆସିଥିଲେ।

ତେବେ ସେ ଦୁ‌ହିଁଙ୍କୁ ଲୋକେ ଏକା ସାଥିରେ ଦେଖି ବିଭିନ୍ନ ପ୍ରକାରର ମତ ରଖିଛନ୍ତି। ଜଣେ ଉର୍ଫିଙ୍କୁ 'ଚିପକାଲି' ବୋଲି କହିଥିବା ବେଳେ ହସି ହସି ସେ ଉର୍ଫି ପଚାରିଲେ ‘ 'ଚିପକାଲି' କିଏ ଡାକିଲା, ଯଦିଓ ସେ ରାଗିନଥିଲେ।

ତେବେ ଜଣେ ବ୍ୟବହାରକାରୀ ‘୨ ଜଣ କାର୍ଟୁନ ଏକାଠି’ ବୋଲି କମେଣ୍ଟ୍‌ ଲେଖିଥିବା ବେଳେ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏକ୍‌ତା କପୁରଙ୍କର ପରବର୍ତ୍ତୀ ନାଗିନ୍ ଲଞ୍ଚ ହେଲା’। କେହି କେହି ତାଙ୍କ ଯୋଡ଼ିକୁ ପସନ୍ଦ ବି କରୁଛନ୍ତି। ତେବେ ଆପଣ ଓର୍‌ହାନ୍‌ଙ୍କୁ ଅଧିକାଂଶ ସମୟ‌ରେ କାଜଲ ଓ ଅଜୟ ଦେବଗନ୍‌ଙ୍କ ଝିଅ ନ୍ୟାସାଙ୍କ ସହ ଦେଖିଥିବେ।