ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫିଙ୍କୁ ଏବେ ତାଙ୍କ ପୋଷାକ ପାଇଁ ପ୍ରଶଂସା କରୁଛନ୍ତି ଲୋକେ।

Advertisment

କେତେବେଳେ ପିଜା ତ କେତେବେଳେ ଚୁଇଂଗମରେ ତିଆରି ପୋଷାକ ପିନ୍ଧି ଉର୍ଫି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିସାରିଛନ୍ତି। ଏବେ ସେ ନମକିନ୍ ପ୍ୟାକେଟରେ ପୋଷାକ ତିଆରି କରି ପିନ୍ଧିଥିବା ଜଣାପଡ଼ିଛି। ପ୍ରତ୍ୟେକ ଥର ଲୋକମାନେ ତାଙ୍କ ପୋଷାକ ପିନ୍ଧିବା ଶୈଳକୁ ନେଇ ତାଙ୍କୁ ଟ୍ରୋଲ କରନ୍ତି। ହେଲେ ଏଥର ଏହାର ବିପରୀତ ଘଟିଛି। ଉର୍ଫିଙ୍କର ଏହି ସୃଜନଶୀଳତା ପ୍ରଶଂସକଙ୍କ ହୃଦୟ ଜିତିଛି।

View this post on Instagram

A post shared by Uorfi (@urf7i)

ସୂଚନା ମୁତାବକ, ଉର୍ଫିଙ୍କର ଏହା ଏକ ପ୍ରଚାର ଭିଡିଓ ହୋଇଥିବା ବେଳେ ସେ 'ଟୁ ୟମ୍' ନମକିନ ତିଆରି କରୁଥିବା କମ୍ପାନି ପାଇଁ ବିଜ୍ଞାପନ କରିଛନ୍ତି। ଏହି ଭିଡିଓରେ ଉର୍ଫି ପିନ୍ଧିଥିବା ପୋଷାକ ଏବେ ଲୋକଙ୍କୁ ପସନ୍ଦ ଆସିଛି।