ଦଶ ବର୍ଷ ବ୍ୟବଧାନରେ ବଲିଉଡକୁ କମ୍‌ବ୍ୟାକ କରିଥିଲେ ଉର୍ମିଳା ମାତୋଣ୍ଡକର୍‌

ମୁମ୍ବାଇ: ଏବେ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ୁଥିବା ଉର୍ମିଳା ମାତୋଣ୍ଡକର୍‌ ରାଜନୀତିରେ ବିଶେଷ ସଫଳ ହେବା ଦିଶୁ ନାହିଁ। ହେଲେ ଆପଣ କ’ଣ ଜାଣନ୍ତି ଯେ ସେ ପ୍ରାୟ ଦଶ ବର୍ଷ ବ୍ୟବଧାନ ପରେ ବଲିଉଡ଼୍‍କୁ କମ୍‌ବ୍ୟାକ୍‌ କରିଥିଲେ । ତେବେ ସେ କୌଣସି ସିନେମାରେ ଲିଡ଼୍‍ ହିରୋଇନ୍‌ ଭାବେ ଫେରୁନଥିଲେ ,ବରଂ ଆଇଟମ୍‌ ଗର୍ଲ ବନି ପୁଣି ପରଦାକୁ ଆସିଥିଲେ।

ଉର୍ମିଳା ମାତୋଣ୍ଡକର୍‌ ଯେଉଁ ହିନ୍ଦୀ ସିନେମାରେ ଆଇଟମ୍‌ ନମ୍ବର କରି ଫେରିଥିଲେ , ତାହା ହେଲା ‘ବ୍ଲାକ୍‌ମେଲ୍‌’। ୨୦୧୮ରେ ରିଲିଜ୍‌ ହୋଇଥିବା‘ବ୍ଲାକ୍‌ମେଲ୍‌’ର ଏହି ଗୀତରେ ଜବରଦସ୍ତ ଠୁମ୍‌କା ଲଗାଇଥିଲେ ଉର୍ମିଳା। ଅଭିନୟ ଦେବ ଏହାର ନିର୍ଦ୍ଦେଶକ। ଏହି ସିନେମାରେ ଇରଫାନ୍‌ ଖାନ୍‌ ମୁଖ୍ୟ ଚରିତ୍ରରେ ଥିଲେ।

 

                                       photo-.ibnlive.in

ଅମିତ୍‌ ତ୍ରିବେଦୀ ‘ବ୍ଲାକ୍‌ମେଲ୍‌’ର ଆଇଟମ୍‌ ନମ୍ବର ‘ବେଓ୍ଵଫା ବିଉଟି’ଗୀତର କଂପୋଜର୍‌ ଓ ପାବନୀ ପାଣ୍ଡେ ଏହାର ଗାୟିକା । ଏହି ଗୀତର ଗୀତିକାର ହେଲେ ଅମିତାଭ ଭଟ୍ଟାଚାର୍ଯ୍ୟ। ତେବେ ଏହି ସିନେମାରେ ତାଙ୍କ ଆଇଟମ ଗୀତଟି ବିଶେଷ ଲୋକପପ୍ରିୟ ହୋଇ ନଥିଲା।

ସମ୍ବନ୍ଧିତ ଖବର