ମୁମ୍ବାଇ: ଗତଶନିବାର ସକାଳେ ମୁମ୍ବାଇର କାନ୍ଦିବଲି ଅଞ୍ଚଳରେ ମରାଠୀ ଅଭିନେତ୍ରୀ ଉର୍ମିଲା କୋଠାରେଙ୍କ କାର ଧକ୍କା ହେବା ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ସମତା ନଗର ପୁଲିସ ଷ୍ଟେସନର ଅଧିକାରୀଙ୍କ କହିବାନୁସାରେ,‘ ଅଭିନେତ୍ରୀ ଉର୍ମିଲା କୋଠାରେ ସୁଟିଂ ଶେଷ କରିବା ପରେ ଘରକୁ ଫେରୁଥିଲେ। ଏହି ସମୟରେ କାନ୍ଦିବଲି ପୂର୍ବାଞ୍ଚଳରେ ପୋଇସର ମେଟ୍ରୋ ଷ୍ଟେସନ ତଳେ ମେଟ୍ରୋ ରେଳରେ କାମ କରୁଥିବା ଦୁଇଜଣ ଶ୍ରମିକଙ୍କୁ ତାଙ୍କ କାର ଧକ୍କା ଦେଇଥିଲା।
#WATCH | Maharashtra | Visuals of the car in which Marathi actress Urmilla Kanetkar was travelling which hit two employees working under the Poisar metro station in Mumbai leaving one dead and the other one injured.
— ANI (@ANI) December 28, 2024
The driver of the car and the actress were also injured. A… pic.twitter.com/sCtTvVblMF
ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଅଭିନେତ୍ରୀ ଏବଂ ତାଙ୍କ ଚାଳକ ମଧ୍ୟ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଠିକ୍ ସମୟରେ ଏୟାରବ୍ୟାଗ ଖୋଲି ଯାଇଥିବା ବେଳେ ଅଭିନେତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା।
ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଚାଳକ କାର ଉପରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ କାମ କରୁଥିବା ଶ୍ରମିକଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣାରେ କାର ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିନେତ୍ରୀ ଉର୍ମିଲା କୋଠାରେ ମରାଠୀରେ “ଦୁନିୟାଦରୀ” ଏବଂ ହିନ୍ଦୀରେ “ଥ୍ୟାଙ୍କ ଗଡ଼” ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।