୧୦ ବର୍ଷ ପରେ ବଲିଉଡ୍‌କୁ ଫେରିଲେ ଉର୍ମିଳା

ନୂଆଦିଲ୍ଲୀ : ନବେ ଦଶକର ସୁପରହିଟ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ୧୦ ବର୍ଷ ପରେ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି । ବଲିଉଡରେ ଅନେକ ଅଭୁଲା ଆଇଟମ୍‌ ନମ୍ବର ଦେଇଥିବା ଉର୍ମିଳା ‘ବ୍ଲାକମେଲ୍‌’ ଚଳଚ୍ଚିତ୍ରର ‘ବେଓ୍ଵଫା ବ୍ୟୁଟି’ ଗୀତରେ ନଜର ଆସିବା ପାଇଁ ଯାଉଛନ୍ତି । ଉର୍ମିଳାଙ୍କୁ ଏହି ଗୀତରେ ଶାଢ଼ି ପିନ୍ଧି ଆଇଟମ ନମ୍ବର କରୁଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ଗୀତର ଟ୍ରିଜର ରିଲିଜ ହୋଇଥିବା ବେଳେ ଗତକାଲି ସଂପୂର୍ଣ୍ଣ ଗୀତଟି ରିଲିଜ ହେବାକୁ ଯାଉଛି ।

india tv

ଇରଫାନ୍‌ ଖାନଙ୍କ ଅଭିନୀତ ‘ବ୍ଲାକମେଲ’ ଚଳଚ୍ଚିତ୍ରରେ ପୁଣି ଥରେ ସୁନ୍ଦରୀ ଏବଂ ଆକର୍ଷଣୀୟ ରୂପରେ ଉର୍ମିଳା ନଜର ଆସିଛନ୍ତିି । ରଙ୍ଗିଲା ଅଭିନେତ୍ରୀ ଦର୍ଶକଙ୍କ ମନକୁ ରଙ୍ଗିନ୍‌ କରିବାକୁ ଆସୁଛନ୍ତି । ‘ବେଓ୍ଵଫା ବ୍ୟୁଟି’ ଶୀର୍ଷକ ଥିବା ଗୀତରେ ଉର୍ମିଳା ଏକ ବାଇଗଣୀ ରଙ୍ଗର ଶାଢ଼ି ପିନ୍ଧି ଏକ ବାର୍‌ରେ ନାଚୁଥିବାର ଦେଖାଯାଉଛନ୍ତି । ଏହି ଟ୍ରିଜରକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି ।

ଉର୍ମିଳାଙ୍କୁ ଶେଷ ଥର ପାଇଁ ହିମେଶ ରେସମିୟାଙ୍କ ସହିତ ‘କର୍ଜ’ ଚଳଚ୍ଚିତ୍ରରେ ୨୦୦୮ ମସିହାରେ ଦେଖିବାକୁ ମିଳିଥିଲା । ଏଥି ମଧ୍ୟରେ ଉର୍ମିଲା ଅନେକ ମରାଠୀ ସିନେମା ଏବଂ ଟେଲିଭିଜନ ସୋ’ରେ ନଜର ଆସିଥିଲେ ମଧ୍ୟ ହିନ୍ଦୀ ସିନେମାଠାରୁ ବହୁତ ଦୂରରେ ଥିଲେ ।

ସମ୍ବନ୍ଧିତ ଖବର