ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ୯୦ଦଶକରେ ବଲିଉଡରେ ରାଜ୍ କରୁଥିଲେ। ତେବେ ସେ ଦୀର୍ଘ ବର୍ଷ ଧରି ପରଦାରୁ ଦୂରେଇ ରହିବା ପରେ ୨୦୧୬ରେ କଶ୍ମୀରୀ ମୁସଲିମ ମୋହସିନ ଅଖତର ମିରଙ୍କୁ ବିବାହ କରିଥିଲେ। ବିବାହର ପ୍ରାୟ ୮ବର୍ଷ ପରେ ଉର୍ମିଲା ଛାଡ଼ପତ୍ର ନେବାକୁ ଯାଉଥିବା ଜଣାଯାଇଛି। ଏନେଇ ସେ କୋର୍ଟରେ ଅବେଦନ ମଧ୍ୟ କରିସାରିଥିବା ଜଣାଯାଇଛି।
ଜାତୀୟ ଗଣମାଧ୍ୟମ ମୁତାବକ, ଅନେକ ଚିନ୍ତା କରିବା ପରେ ଉର୍ମିଲା ମାତୋଣ୍ଡକର ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ଛାଡ଼ପତ୍ର ପଛ ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ। କୁହାଯାଉଛି ଯେ, ଦୁହିଁଙ୍କ ସହମତିରେ ଏହା ହେଉନାହିଁ।
ମୋହସିନ୍ ମୁମ୍ବାଇରେ ତାଙ୍କ ମଡେଲିଂ କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରଥମ ଥର ପାଇଁ ଉର୍ମିଲାଙ୍କୁ ଭେଟିଥିଲେ | ୨୦୧୪ରେ ଉର୍ମିଲା ଏବଂ ମୋହସିନ୍ ପ୍ରଥମ ଥର ପାଇଁ ମନୀଷ ମଲହୋତ୍ରାଙ୍କ ଭାଣିଜୀ ରିଦ୍ଧି ମଲହୋତ୍ରାଙ୍କ ବିବାହରେ ଦେଖା ହୋଇଥିଲେ। ମୋହସିନ, ଉର୍ମିଲାଙ୍କୁ ଦେଖିବା ପରେ ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହା ପରେ ସେମାନେ ପରସ୍ପରକୁ ଭେଟିବା ଆରମ୍ଭ କଲେ ଏବଂ ଧୀରେ ଧୀରେ ଭଲ ବନ୍ଧୁ ହୋଇଗଲେ |
କିଛି ମାସ ପରେ ଫେବ୍ରୁଆରି ୪, ୨୦୧୬ରେ ଉର୍ମିଲା ଏବଂ ମୋହସିନ୍ ଅତି ନିରାଡମ୍ବର ଭାବେ ବିବାହ କରିଥିଲେ। ଉର୍ମିଲା, ମୋହସିନଙ୍କଠାରୁ ୧୦ବର୍ଷ ବଡ଼ ଥିବାରୁ ଓ ଧର୍ମ ଅଲଗା ଥିବାରୁ ଦୁହିଁଙ୍କ ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବିବାହ ପରେ ଉର୍ମିଲା ଇସଲାମ ଗ୍ରହଣ କରିଥିବା ନେଇ ଚର୍ଚ୍ଚା ହେବାରୁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। ହେଲେ ପରେ ଅଭିନେତ୍ରୀ ଏହି ଖବରକୁ ଅସ୍ବୀକାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/dxP7yx2rchdjtJZPEjc6.jpg)