ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ କଂଗ୍ରେସ ଟିକେଟ ଦେଇଛି। ଏହାପରେ ସେ ନିର୍ବାଚନ ମୈଦାନ୍‌କୁ ଓହ୍ଲାଇଛନ୍ତି। ଏହି ଅଞ୍ଚଳରେ ମରାଠିଙ୍କ ସହିତ ଗୁଜୁରାଟୀ ଲୋକଙ୍କ ସଂଖ୍ୟା ବି ଅଧିକ ରହିଛି। ଏହି କ୍ରମରେ ଗୁଜୁରାଟୀ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉର୍ମିଳା ମାତୋଣ୍ଡକର ନିଜ ଭାଷଣରେ ମରାଠି ସହିତ ଗୁଜୁରାଟୀରେ ଭାଷଣ ଦେଇଛନ୍ତି।

Advertisment
View this post on Instagram

Rickshaw ride anyone..?? Auto-rickshaw wallahs..the lifeline of our city. Such a wonderful experience ????? #aaplimumbaichimulgi ?

A post shared by Urmila Matondkar (@urmilamatondkarofficial) on

କେବଳ ଏତିକି ନୁହେଁ ଉର୍ମିଳା ବେରିବଳି ଅଞ୍ଚଳରେ ଅଟୋରେ ବସିବା ସହିତ ତାହାକୁ ଚଳାଇ ମଧ୍ୟ ନିର୍ବାଚନ ପ୍ରଚାର କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉର୍ମିଳା ବିଜେପିର ସାଂସଦ ଗୋପଳ ସେଟ୍ଟୀଙ୍କ ସହିତ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

publive-image Prokerala.com

ମୁମ୍ବାଇ ନର୍ଥ ଆସନକୁ ଭାରତୀୟ ଜନତା ପାର୍ଟିର ଗଡ଼ ବୋଲି ବିବେଚନା କରାଯାଏ। ତେବେ ୨୦୦୪ରେ କଂଗ୍ରେସ ଟିକେଟରେ ଲଢି ଅଭିନେତା ଗୋବିନ୍ଦା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ନାଇକଙ୍କୁ ଏଠାରୁ ପରାସ୍ତ କରିଥିଲେ। ରାମ ନାଇକ ଏବେ ଉତ୍ତର ପ୍ରଦେଶର ରାଜ୍ୟପାଳ ଅଛନ୍ତି। ୨୦୧୪ରେ ଭାଜପା ପ୍ରାର୍ଥୀ ଗୋପାଲ ସେଟ୍ଟୀ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସଂଜୟ ନିରୂପମଙ୍କୁ ପରାସ୍ତ କରିଥିଲେ। ଭାଜପା ବର୍ତ୍ତମାନର ସାଂସଦ ଗୋପାଳ ସେଟ୍ଟୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି।