୯୦ ଦଶକର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ଅଭିନେତ୍ରୀ କିଆରା ଆଡ୍ଭାନୀଙ୍କୁ ପ୍ରଶଂସା କରିଛନ୍ତି। ୧୯୯୫ର ସୁପରହିଟ୍ ଚଳଚ୍ଚିତ୍ର ‘ରଙ୍ଗିଲା’ରେ ଉର୍ମିଳାଙ୍କ ଲୁକ୍କୁ ରିକ୍ରିଏଟ୍ କରିଛନ୍ତି କିଆରା। ୨୫ ବର୍ଷ ତଳେ ମୁମ୍ବାଇର ରାସ୍ତାରେ ‘ରଙ୍ଗିଲା ରେ... ଗୀତରେ ଉର୍ମିଳା ପିନ୍ଧିଥିବା ସେଇ ସର୍ଟ ରଙ୍ଗିନ ପୋଷାକ ଭଳି କିଆରା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଇନ୍ଦୁ କି ଜବାନି’ର ‘ଦିଲ୍ ତେରା... ଗୀତରେ ପିନ୍ଧି ସେହିଭଳି ନୃତ୍ୟ କରିଥିବା ଦେଖିବାକୁ ମିଳିଛି। ଏନେଇ ଉର୍ମିଳା ଖୁସି ବ୍ୟକ୍ତ କରିବା ସହ ଟ୍ବିଟ୍ କରିଛନ୍ତି, ‘ୱାଓ.. ଏବେ ଗୀତଟି ଦେଖିଲି। କିଆରା ଏଥିରେ ବହୁତ ଭଲ କାମ କରିଛନ୍ତି। ବହୁତ ସୁନ୍ଦର ଓ ଦକ୍ଷ ଅଭିନେତ୍ରୀ ହେଉଛନ୍ତି କିଆରା। ସେ ବହୁତ ଆଗକୁ ଯିବେ। ଏହି ରଙ୍ଗିଲା ଲୁକ୍ ମୋର ବି କିଛି ସ୍ମୃତି ତାଜା କରିଦେଲା। ହୋ ଜା ରଙ୍ଗିଲା.. ତୁମକୁ ବହୁତ ବହୁତ ଶୁଭେଚ୍ଛା’ ବୋଲି ଉର୍ମିଳା ଉଲ୍ଲେଖ କରିଛନ୍ତି।
କିଆରାଙ୍କୁ ପ୍ରଶଂସା କଲେ ଉର୍ମିଳା
/sambad/media/post_attachments/wp-content/uploads/2020/12/urmila.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)