ବିଶିଷ୍ଟ ଅଭିନେତ୍ରୀ ସାବ୍ନା ଆଜ୍ମି ଗତକାଲି ମୁମ୍ବାଇ-ପୁନେ ଏକ୍ସପ୍ରେସ୍ ହାଇୱେରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ପ୍ରଥମେ ସେ ପାନ୍ଭେଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ମୁମ୍ବାଇ କୋକିଲାବେନ୍ ହସ୍ପିଟାଲ୍ରେ ବର୍ତ୍ତମାନ ଚିକିତ୍ସାଧୀନ। ତାଙ୍କର ଆରୋଗ୍ୟ କାମନା କରି ବହୁ ବଲିଉଡ୍ ସେଲିବ୍ରିଟିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟର୍ରେ ତାଙ୍କୁ ଦ୍ରୁତ ଆରୋଗ୍ୟ ପାଇଁ ବାର୍ତ୍ତା ଦେଇଛନ୍ତି। ସେ ଦେଇଥିବା ବାର୍ତ୍ତାକୁ ସମ୍ପୂର୍ଣ୍ଣ ଭାବେ କପି କରି ଟ୍ରୋଲ୍ ହୋଇଛନ୍ତି ସୁନ୍ଦରୀ ତଥା ବଲିଉଡ୍ ସେନ୍ସେସନ୍ ଉର୍ବଶୀ ରୌଟେଲା। ସେ କାହିଁକି ପିଏମ୍ ମୋଦିଙ୍କ ଟ୍ବିଟ୍ କପି କରିଛନ୍ତି, ବୋଲି କିଛି ୟୁଜର୍ ପ୍ରଶ୍ନ କରିଥିବା ବେଳେ କିଛି ୟୁଜର୍ ‘ନାଇସ୍ଲି କପି ପେଷ୍ଟ୍ ଫ୍ରମ୍ ପିଏମ୍ ମୋଦି’ ବୋଲି ଟ୍ରୋଲ୍ କରିଛନ୍ତି।
ଉର୍ବଶୀ ରୌଟେଲାଙ୍କୁ ଇଂରାଜୀ ଜଣାନାହିଁ!
/sambad/media/post_attachments/wp-content/uploads/2020/01/urvashi_rautela_19817237.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)