ମୁମ୍ବାଇ: ଲିକ୍ ହେଲା ଉର୍ବଶୀଙ୍କ ବାଥରୁମ ଭିଡିଓ । ଟ୍ରୋଲ କଲେ ଲୋକେ। ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦରେ ରହୁଥିବା ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବେ ନିଜର ଏକ ଭିଡିଓକୁ ନେଇ ବିବାଦୀୟ ହୋଇପଡ଼ିଛନ୍ତି। ଭିଡିଓରେ ସେ ବାଥରୁମ ଭିତରେ ଥିବା ବେଳେ ପୋଷାକ କାଢ଼ୁଥିବା ଦେଖାଯାଇଛି। ଉର୍ବଶୀଙ୍କ ପ୍ରଶଂସକଙ୍କୁ ଏହା ଶକ୍ତ ଧକ୍କା ଦେଇଥିବା ବେଳେ ଜାଣିଶୁଣି ଉର୍ବଶୀ ନିଜର ଏଭଳି ଭିଡିଓ ଭାଇରାଲ କରାଇଥିବା କଥା କହିଛନ୍ତି କିଛି ଲୋକେ।
View this post on Instagram
ଭିଡିଓରେ ଦେଖାଯାଇଛି ଯେ, ଉର୍ବଶୀ ଟାୱେଲ ଧରି ବାଥରୁମ ଭିତରକୁ ଯାଉଛନ୍ତି। ଏହା ପରେ ଟାୱେଲ ରଖି ନିଜକୁ ଭଲ ଭାବେ ଦେଖିବା ସହ ନିଜର ପୋଷାକ କାଢ଼ୁଛନ୍ତି। ଏହା ପରେ ଭିଡିଓଟି ଶେଷ ହେଉଛି। ଦେଖିବାକୁ ଗଲେ ଭିଡିଓଟି ତାଙ୍କର ଏକ ଫିଲ୍ମର।ଭିଡିଓରେ ସେ ମଙ୍ଗଳସୂତ୍ର ପିନ୍ଧିଥିବାର ନଜର ଆସିଛନ୍ତି। ଫିଲ୍ମର ଏକ ଭିଡିଓକୁ କାଟି ଏଭଳି ସେୟାର କରାଇଥିବା ଲେଖି ଲୋକେ ଉର୍ବଶୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/t-190.jpg)