ନୂଆଦିଲ୍ଲୀ: ଅଭିନେତ୍ରୀ ଉର୍ବଶୀ ରାଉତେଲା ଅନେକ ସମୟରେ ନିଜର ବୟାନ ପାଇଁ ବିବାଦରେ ରହିଥାନ୍ତି। କିଛି ଦିନ ତଳେ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା ଓ ଅଭିନେତ୍ରୀ ଉର୍ବଶୀ ରାଉତେଲା ଫିଲ୍ମ 'ଡାକୁ ମହାରାଜ'ରେ ଏକାଠି ନଜର ଆସିଥିଲେ। ଏହି ଫିଲ୍ମର ଏକ ଗୀତ 'ଦାବିଡି ଦିବିଡ଼ି' ରିଲିଜ୍ ହେବା ପରେ ଏହାର କୋରିଓଗ୍ରାଫି କାହାକୁ ପସନ୍ଦ ଆସିନଥିଲା।
ଉର୍ବଶୀଙ୍କ ସହିତ ନନ୍ଦମୁରୀଙ୍କର ଯେଉଁ ସବୁ ଡ୍ୟାନ୍ସ ଷ୍ଟେପ ରହିଥିଲା ତାହା ଲୋକଙ୍କୁ ପସନ୍ଦ ଆସିନଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ଏତେ ବୟସ୍କ ହୋଇ ନନ୍ଦମୁରୀ କିଭଳି ନିଜ ଝିଅ ବୟସର ଅଭିନେତ୍ରୀଙ୍କ ସହ ଏଭଳି ନାଚିପାରୁଛନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହା ସହ କିଛି ଲୋକ ଏହାକୁ ଆଶ୍ଲୀଳ ବୋଲି ମଧ୍ୟ କହିଥିଲେ।
ଏବେ ଏହି ଗୀତ ପାଇଁ ଉର୍ବଶୀ କେତେ ପାରିଶ୍ରମିକ ନେଇଥିଲେ ତାହା ସାମ୍ନାକୁ ଆସିଛି। ତାଙ୍କୁ ମିଳିଥିବା ପାରିଶ୍ରମିକ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ମିଳିଥିବା ସୂଚନା ମୁତାବକ, ଉର୍ବଶୀ ୩ମିନିଟର ଗୀତ ପାଇଁ ୩କୋଟି ଟଙ୍କା ନେଇଛନ୍ତି।
ଉର୍ବଶୀ ରାଉତେଲାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ କିଛି ବିଶେଷ କମାଲ୍ କରୁନଥିଲେ ବି ସେ ଏତେ ପାରିଶ୍ରମିକ ନେଇଥିବା ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।