୪ ମହଲା ବିଶିଷ୍ଟ ଉର୍ବଶୀଙ୍କ ବଙ୍ଗଳାରେ ଅଛି ବିରାଟ ବଗିଚା ଓ ଜିମ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ହୁଏତ ଫିଲ୍ମରେ ସକ୍ରିୟ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ସେ ଖୁବ୍ ସକ୍ରିୟ। ଉର୍ବଶୀ କିଛି ନା କିଛି କାରଣ ପାଇଁ ଟ୍ରୋଲ୍‌ ହେଉଥାନ୍ତି ଓ ଚର୍ଚ୍ଚ‌ାରେ ରହୁଥାନ୍ତି। ଅଭିନେତ୍ରୀ ଉର୍ବଶୀ ରୌତେଲା ମୁମ୍ବାଇର ଯେଉଁ ଘରେ ରହୁଛନ୍ତି ସେ ଘରର ଦାମ କେତେ ଜାଣନ୍ତି କି? ଉର୍ବଶୀ ରହୁଥିବା ଘରର ଦାମ ୧୯୦ କୋଟି ଟଙ୍କା।

ଅଭିନେତ୍ରୀ ମୁମ୍ବାଇର ଦିବଗଂତ ଚଳଚ୍ଚିତ୍ର ନିର୍ମାତା ୟଶ ଚୋପ୍ରାଙ୍କ ଘର ନିକଟରେ ଅବସ୍ଥିତ ଏକ ଚମତ୍କାର ବଙ୍ଗଳାରେ ବସବାସ କରୁଛନ୍ତି। ତାଙ୍କର ଏହି ଚାରି ମହଲା ବିଶିଷ୍ଟ ବଙ୍ଗଳାରେ ଏକ ବିରାଟ ବଗିଚା ରହିଥିବା ବେଳେ ଜିମ୍ ବି ରହିଛି। ଘରଟି ଆଧୁନିକ ‌ଶୈଳୀରେ ତିଆରି ହୋଇଥିବା ବେଳେ ଏବେ ତାହାର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ନିକଟ‌ରେ ଆୟୋଜିତ ହୋଇଥିବା କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜ ନିଜର ଜଲୱା ଦେଖାଇଥିବା ବେଳେ ଉର୍ବଶୀଙ୍କୁ ବି ଦେଖିବାକୁ ମିଳିଥିଲା। ଏଥିରେ ଉର୍ବଶୀଙ୍କ ଗ୍ଲାମର ଦେଖି ଫଟୋଗ୍ରାଫର ଓ ଦର୍ଶକଙ୍କ ଆଖି ଲାଖି ଯାଇଥିଲା।

ତେବେ କାନ୍ସ ଫେଷ୍ଟିଭାଲରେ ସମସ୍ତଙ୍କ ନଜର ଯାଇଥିଲା ଉର୍ବଶୀଙ୍କ ନେକ୍‌ଲେସ୍‌ ଉପରେ। ଉର୍ବଶୀ ତାଙ୍କ ବେକରେ କୁମ୍ଭୀର ପରି ଦିଶୁଥିବା ଏକ ନେକ୍‌ଲେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି କୁମ୍ଭୀର ନେକ୍‌ଲେସ୍‌ ନକଲି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ଅଭିଯୋଗକୁ ଉର୍ବଶୀଙ୍କ ଟିମ୍‌ ପକ୍ଷରୁ ଖାରଜ କରାଯାଇଥିଲା।

ସମ୍ବନ୍ଧିତ ଖବର