ଉର୍ବଶୀ ରୌତେଲା ନିକଟରେ ଚାରି ପିଲାଙ୍କ ବାପାର ବିବାହ ପ୍ରସ୍ତାବ!

ଅଭିନେତ୍ରୀ ତଥା ମଡେଲ୍ ଉର୍ବଶୀ ରୌତେଲା ନିକଟରେ ଏକ ସାକ୍ଷାତକାର ଦେଇ ତାଙ୍କୁ କିଭଳି ଅନେକ ଲୋକ ନିୟମିତ ବିବାହ କରିବାକୁ ପ୍ରସ୍ତାବ ଦେଇଥାନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏତେ ସବୁ ପ୍ରସ୍ତାବ ମଧ୍ୟରୁ ସେ ଏକ ଅଖାଡୁଆ ପ୍ରେମ ନିବେଦନ କଥା ମନେ ପକାଇଥିଲେ। ଇଜିପ୍ଟର ଜଣେ ପ୍ରସିଦ୍ଧ ଗାୟକଙ୍କ ସହିତ ଦୁବାଇରେ ତାଙ୍କର ସାକ୍ଷାତ ହୋଇଥିଲା। ସେ ତାଙ୍କୁ ବିବାହ ପାଇଁ ନିିବେଦନ କରିଥିଲେ। ସମସ୍ୟା ହେଲା, ଗାୟକ ଜଣକ ପୂର୍ବରୁ ବିବାହିତ ଥିଲେ ଏବଂ ସେ ଚାରିଟି ଛୁଆଙ୍କ ପିତା ହୋଇସାରିଥିଲେ। ଏଭଳି ବ୍ୟକ୍ତିଙ୍କ ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କଲେ କାଳେ ସମସ୍ୟା ସୃଷ୍ଟି ହେବ ଆଶଙ୍କା କରି ଉର୍ବଶୀ ସାଂସ୍କୃତିକ ଭିନ୍ନତାକୁ ଆଳ କରି ତାଙ୍କୁ ନା କହିଥିଲେ। ସେ ଗାୟକ ଜଣଙ୍କ କିଏ ତାହା ଉର୍ବଶୀ ପ୍ରକାଶ କରି ନ ଥିଲେ ହେଁ ଜଣେ ପ୍ରଶଂସକ ଖୋଳତାଡ଼ କରି ତାଙ୍କ ନାମ ‘ମହମଦ ରମଦାନ’ ବୋଲି ପ୍ରଘଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମହମଦଙ୍କ ‘ଭର୍ସାଚେ ବେବି’ ଶୀର୍ଷକ ଗୀତ ଭିଡିଓ ମାଧ୍ୟମରେ ଉର୍ବଶୀ ଅନ୍ତର୍ଜାତୀୟ ମନୋରଂଜନ ଶିଳ୍ପରେ ପାଦ ରଖିଥିଲେ। ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏହି ଗୀତଟି ଉର୍ବଶୀଙ୍କ ପାଇଁ ଆଉ ଏକ କାରଣରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା।

ଏଥିରେ ବିଶ୍ବପ୍ରସିଦ୍ଧ ଫ୍ୟାସନ୍ ଡିଜାଇନର୍‌ ଡୋନାଟେଲା ଭର୍ସାଚେ ତାଙ୍କର ରୂପସଜ୍ଜା କରିଥିଲେ। ସେ ପିନ୍ଧିଥିବା ପୋଷାକର ମୂଲ୍ୟ ଥିଲା ପ୍ରାୟ ୧୫ କୋଟି! ତାହା ଗତ ବର୍ଷର ସବୁଠାରୁ ବ୍ୟୟବହୁଳ ଗୀତ ଭିଡିଓମାନଙ୍କ ତାଲିକାରେ ସାମିଲ ହୋଇଥିଲା। ନିକଟରେ ଆବୁ ଧାବିରେ ଆୟୋଜିତ ‘ଆଇଫା’ ପୁରସ୍କାର ଉତ୍ସବରେ ଉର୍ବଶୀଙ୍କୁ ଦେଖିବାକୁ ମିିଳିଥିଲା। ସେ ଗତ ମେ’ ମାସରେ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ର ରେଡ୍‌ କାର୍ପେଟ୍‌ରେ ମଧ୍ୟ ଚାଲିଥିଲେ। ଆଗକୁ ‘ଇନ୍‌ସ୍ପେକ୍ଟର୍‌ ଅବିନାଶ’ ନାମକ େଵବ୍‌ ଧାରାବାହିକରେ ଉର୍ବଶୀ ଦେଖାଦେବେ। ତାଙ୍କ ହାତରେ ଏବେ ଦ୍ବିଭାଷୀ ଚଳଚ୍ଚିତ୍ର ‘ବ୍ଲାକ୍‌ ରୋଜ୍’ ଏବଂ ତାମିଲ ଚଳଚ୍ଚିତ୍ର ‘ଥିରୁଟ୍ଟୁ ପାୟଲେ ୨’ର ହିନ୍ଦୀ ରିମେକ୍‌ ଆଦିର କାମ ରହିଛି।

ସମ୍ବନ୍ଧିତ ଖବର