ଐଶ୍ବର୍ଯ୍ୟା ରାୟଙ୍କୁ କପି କରି ଟ୍ରୋଲ୍‌ ହେଉଛନ୍ତି ଉର୍ବଶୀ! ନିଜସ୍ବ ଷ୍ଟାଇଲ୍‌ ନାହିଁ ବୋଲି କହିଲେ ଟ୍ରୋଲର୍ସ

ନୂଆଦିଲ୍ଳୀ:  ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ନିକଟ‌ରେ ଆୟୋଜିତ ହୋଇଥିବା କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜ ନିଜର ଜଲୱା ଦେଖାଇଥିବା ବେଳେ ଉର୍ବଶୀଙ୍କୁ ବି ଦେଖିବାକୁ ମିଳିଥିଲା। ଏଥିରେ ଉର୍ବଶୀଙ୍କ ଗ୍ଲାମର ଦେଖି ଫଟୋଗ୍ରାଫର ଓ ଦର୍ଶକଙ୍କ ଆଖି ଲାଖି ଯାଇଥିଲା।

ସେ କାନ୍ସ ଫେଷ୍ଟିଭାଲ ପାଇଁ ଫ୍ରାନ୍ସରେ ଥିବା ବେଳେ ସୋସିଆଲ୍‌ ମିଡିଆରେ ତାଙ୍କ କିଛି ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଫଟୋରେ ସେ ନୀଳ ରଂଗର ଲିପ୍‌ଷ୍ଟିକ୍‌ ଲଗାଇ ଟ୍ରୋଲ୍‌ ହୋଇଛନ୍ତି। ଉର୍ବଶୀ ତାଙ୍କ ଗାଉନ୍‌କୁ ମ୍ୟାଚ୍‌ କରି ଲିପ୍‌ଷ୍ଟିକ୍‌ ଲଗାଇଥିବା ବେଳେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଐଶ୍ବର୍ଯ୍ୟା ରାୟଙ୍କୁ ଅନୁକରଣ କରୁଥିବା କହିଛନ୍ତି। ଆପଣଙ୍କର ମନେଥିବ ଯେ କିଛି ବର୍ଷ ତଳେ ବାଇଗଣୀ ରଂଗର ଲିପ୍‌ଷ୍ଟିକ୍‌ ଲଗାଇ ଟ୍ରୋଲ୍‌ ହୋଇଥିଲେ ବିଶ୍ବ ସୁନ୍ଦରୀ।

ଉର୍ବଶୀ ନିଜେ ତାଙ୍କର ଏହି ଫଟୋକୁ ସୋସିଆଲ୍‌ ମିଡିଆ‌ରେ ସେୟାର କରିଛନ୍ତି। ଟ୍ରୋଲର୍ସମାନେ ତାଙ୍କୁ ଟ୍ରୋଲ୍‌ କରିବାର ସୁଯୋଗ ଆଦୌ ବି ହାତଛଡ଼ା କରିନାହାନ୍ତି। ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଋଷଭ ପନ୍ଥଙ୍କ ଚକ୍କରରେ ନିଜର ଏ କେମିତି ଅବସ୍ଥା କରିଛ?’ ଅନ୍ୟ ଜଣେ ଲେଖିଛନ୍ତି, ‘ଡୋରେମନ୍‌ର ଭଉଣୀ ଲାଗୁଛ’।

ଉର୍ବଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କାନ୍ସ ଫେଷ୍ଟିଭାଲର ଏକ ଭିଡିଓ ନିକଟରେ ପୋଷ୍ଟ କରିଥିଲେ। ସେ ରେଡ କାର୍ପେଟରେ ଯାଉଥିବା ‌ବେଳେ କ୍ୟାମେରାମ୍ୟାନମାନେ ତାଙ୍କୁ ଚିହ୍ନ ନପାରି ଐଶ୍ବର୍ଯ୍ୟା ରାଏ ବୋଲି ଡାକୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ସେ ପୋଷ୍ଟ୍‌ ପରେ ମଧ୍ୟ  ଲୋକେ ଉର୍ବଶୀଙ୍କୁ ଟ୍ରୋଲ କରି କରିଥିଲେ କି, ‌‘ସେ ଐଶ୍ବର୍ଯ୍ୟାଙ୍କ ଷ୍ଟାଇଲକୁ କପି କରୁଛନ୍ତି। ତାଙ୍କର ନିଜସ୍ବ ଷ୍ଟାଇଲ ନାହିଁ।’

 

ସମ୍ବନ୍ଧିତ ଖବର