ମୁମ୍ବାଇ: ଆଜିକାଲି ସୋସିଆଲ୍ ମିଡିଆରେ ଉର୍ବଶୀ ରୌତେଲାଙ୍କର ଖୁବ୍ ଜୋର୍ ଚର୍ଚ୍ଚା ହେଉଛି। ଏମିତିରେ ତ ଅଭିନେତା କିମ୍ବା ଅଭିନେତ୍ରୀମାନେ କିଛି କଲେ ସୋସିଆଲ୍ ମିଡିଆରେ ସେମାନଙ୍କ ଚର୍ଚ୍ଚା ନିଶ୍ଚୟ ହୋଇଥାଏ। ମାତ୍ର ନିକଟରେ ଭାଇରାଲ୍ ହୋଇଥିବା ଉର୍ବଶୀଙ୍କ ଭିଡିଓ ଟିକେ ଅଧିକ ଚର୍ଚ୍ଚା ପାଲଟିଛି।
ଭିଡିଓରେ ଉର୍ବଶୀ ‘ଆଇ ଲଭ୍ ୟୁ କୁହ’ ବୋଲି ବାରମ୍ବାର କହୁଥିବାର ଶୁଣିବାକୁ ମିଳିଛି। ତା’ପରେ ସେ ଏକଦମ ରୋମାଣ୍ଟିକ୍ ଅନ୍ଦାଜରେ ଚୁମ୍ବନ ବି ଦେଇଛନ୍ତି। ଉର୍ବଶୀଙ୍କ ଏହି ଭିଡିଓକୁ ନେଇ ତାଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ମାତ୍ର ଉର୍ବଶୀ ଏବେ ସେହି ଭିଡିଓ ପଛର ସତ କହିଛନ୍ତି।
#RishabhPant trying to focus on cricket to cement his position in the playing XI
Meanwhile, #UrvashiRautela.. pic.twitter.com/3yKbYszsGv
— Alter Ego (@imAlter_ego) October 11, 2022
ଭିଡିଓର ସଫଇେଦେଇ ଉର୍ବଶୀ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି, ‘ଆଜିକାଲି ମୋର ଆଇ ଲଭ୍ ୟୁ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ମୁଁ ଖୋଲାଖୋଲି ଭାବେ କହିଦେବାକୁ ଚାହୁଁଛି ଯେ ଉକ୍ତ ଭିଡିଓଟି କେବଳ ଅଭିନୟ ଉଦ୍ଦେଶ୍ୟରେ ଥିଲା। ତାହା ଏକ ଦୃଶ୍ୟର ସଂଳାପ ଖାଲି। କୌଣସି ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କ ପାଇଁ ତାହା ଆଦୌ ବି ଉତ୍ସର୍ଗ କରା ଯାଇନାହିଁ।
ଯେହେତୁ ଅନେକ ଦିନ ହେବ ଉର୍ବଶୀ ଓ କ୍ରିକେଟର୍ ଋଷଭ ପନ୍ଥଙ୍କ ପ୍ରେମ ସଂପର୍କ ଚର୍ଚ୍ଚାରେ ରହିଛି, ତେଣୁ ଉର୍ବଶୀ କିଛି ବି ଭିଡ଼ିଓ କଲେ ଲୋକେ ତାହା ସହ ଋଷଭଙ୍କୁ ବି ଯୋଡ଼ି ଦେଉଛନ୍ତି। ଉର୍ବଶୀଙ୍କ ଏହି ଭିଡିଓଟି ବି ଋଷଭଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ଚର୍ଚ୍ଚା ହେଉଛି।