ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ହୁଏତ ଫିଲ୍ମରେ ସକ୍ରିୟ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ସେ ଖୁବ୍ ସକ୍ରିୟ। ଉର୍ବଶୀ କିଛି ନା କିଛି କାରଣ ପାଇଁ ଟ୍ରୋଲ୍ ହେଉଥାନ୍ତି ଓ ଚର୍ଚ୍ଚାରେ ରହୁଥାନ୍ତି। ତାଙ୍କ ପ୍ରଶଂସକମାନେ ଉର୍ବଶୀଙ୍କ ପୋଷ୍ଟକୁ ବହୁତ ପସନ୍ଦ କରୁଥିବା ବେଳେ କେବେକେବେ ସମାଲୋଚକମାନେ ସମାଲୋଚନା କରିବାର ସୁଯୋଗ ଆଦୌ ହାତଛଡ଼ା କରନ୍ତି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଉର୍ବଶୀ ରୌତେଲାଙ୍କର ଏକ ଭିଡିଓ ଚର୍ଚ୍ଚାର ପରିସରକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିିଛି ଉର୍ବଶୀ ମୁହଁରେ ବିୟୁଟି ମାସ୍କ ଲଗାଇ ରାସ୍ତାରେ ଏଣେତେଣେ ବୁଲିବାରେ ଲାଗିଛନ୍ତି। ସେ ବିୟୁଟି ମାସ୍କ ଲଗାଇ ବୁଲୁଥିବା ବେଳେ କ୍ୟାମେରାମ୍ୟାନ୍ ତାଙ୍କୁ ନିଜ କ୍ୟାମେରାରେ କଏଦ କରିଛନ୍ତି। ଉର୍ବଶୀଙ୍କ ଏହି ମାସ୍କ ଲଗା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ଲୋକମାନେ ଉର୍ବଶୀଙ୍କ ଏହି ଭିଡିଓ ଉପରେ ନିଜ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।
View this post on Instagram
ଭିଡିଓଟିକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି ସେଲିବ୍ରିଟି ଫଟୋଗ୍ରାଫର୍ ଭାଇରାଲ ଭାୟାନୀ। ସେ ଉର୍ବଶୀ ମୁହଁରେ ମାସ୍କ ଲଗାଇଥିବା ସୂଚନା ଦେବା ସହ ତ୍ବଚାର ଯତ୍ନ ନେବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି।
ତେବେ ଉର୍ବଶୀ ମାସ୍କ ଲଗାଇ ମଧ୍ୟ କ୍ୟାମେରାମ୍ୟାନ୍ଙ୍କୁ ପୋଜ୍ ଦେବାରେ ହେଳା କରିନାହାନ୍ତି। ଭିଡିଓରେ ବ୍ୟବହାରକାରୀମାନେ ଅନେକ ମଜାଦାର କମେଣ୍ଟ୍ ଲେଖୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଦିଦିଙ୍କ ପାଖରେ ଟଙ୍କା ନଥିଲା, ପାର୍ଲରରୁ ଖସି ପଳାଇ ଆସିଛନ୍ତି।’
ଆପଣ ଜାଣନ୍ତି ଯେ ଉର୍ବଶୀ ଅଧିକାଂଶ ସମୟରେ କ୍ରିକେଟର୍ ଋଷଭ୍ ପନ୍ଥଙ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି କଥା ଉଠିବା ବେଳେ ଯେତିକି ଚର୍ଚ୍ଚା ହୋଇନଥିଲା, ବିଚ୍ଛେଦ ଖବର ଆସିବା ପରେ ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି।