ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଅନେକ ସମୟରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ତାଙ୍କୁ ନେଇ ପ୍ରଚାର କରାଯାଉଥିବା ମିଛ ଖବର ପାଇଁ ଚର୍ଚ୍ଚାରେ ଉର୍ବଶୀ। ନିଜକୁ ଫିଲ୍ମ ସମୀକ୍ଷକ ବୋଲି କହୁଥିବା ଉମେର ସନ୍ଧୁଙ୍କୁ ମାନହାନିମୂଳକ ନୋଟିସ ପଠାଇଛନ୍ତି ଅଭିନେତ୍ରୀ। ଉର୍ବଶୀ ରାଉତେଲା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଉମେର ସନ୍ଧୁ ତାଙ୍କୁ ନେଇ ମିଛ ଖବର ପ୍ରଚାର କରିଛନ୍ତି, ଯାହାଦ୍ବାରା ତାଙ୍କର ମାନହାନି ହୋଇଛି।
ଉର୍ବଶୀ ରାଉତେଲା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, 'ମୋର ଆଇନ ଦଳ ମାନହାନିମୂଳକ ନୋଟିସ ପଠାଇସାରିଛନ୍ତି। ଆପଣଙ୍କ ଭଳି ଅଭଦ୍ର ସାମ୍ବାଦିକଙ୍କ ମିଥ୍ୟା/ ହାସ୍ୟାସ୍ପଦ ଟ୍ୱିଟକୁ ନେଇ ମୁଁ ବହୁତ ରାଗିଛି। ଆପଣ ମୋର ଅଧିକାରୀକ ମୁଖପାତ୍ର ନୁହଁ। ଏବଂ ହଁ, ଆପଣ ଜଣେ ପରିପକ୍ବ ସାମ୍ବାଦିକ ନୁହନ୍ତି। ଆପଣଙ୍କ ଏହି କାମ ମୋତେ ଏବଂ ମୋ ପରିବାରକୁ ବହୁତ ଅସହଜ କରିଦେଇଛି।
View this post on Instagram
ଏହା ବ୍ୟତୀତ ଉର୍ବଶୀ ରାଉତେଲା ଉମେର ସନ୍ଧୁଙ୍କ ଟ୍ୱିଟର ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, 'ଅଖିଲ ଅକିନେନି ୟୁରୋପରେ ଫିଲ୍ମର ସୁଟିଂ ସମୟରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କୁ ନିର୍ଯାତିତ କରିଥିଲେ। ଉର୍ବଶୀ ରାଉତେଲାଙ୍କ ଅନୁଯାୟୀ, ଅଖିଲ ଜଣେ ପରିପକ୍ବ ଅଭିନେତା ନୁହନ୍ତି ଏବଂ ତାଙ୍କ ସହ କାମ କରିବା ଅସହଜ ଅଟେ।
ଏବେ ଉର୍ବଶୀ ରାଉତେଲା ଏହି ଖବରକୁ ମିଛ ବୋଲି କହିଛନ୍ତି ଏବଂ ଉମେର ସନ୍ଧୁଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀଙ୍କ କହିବାନୁସାରେ, ଏହି ଖବରରେ ଆଦୌ ସତ୍ୟତା ନାହିଁ।