ନୂଆଦିଲ୍ଳୀ:  ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ନିକଟ‌ରେ ଆୟୋଜିତ ହୋଇଥିବା କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜ ନିଜର ଜଲୱା ଦେଖାଇଥିବା ବେଳେ ଉର୍ବଶୀଙ୍କୁ ବି ଦେଖିବାକୁ ମିଳିଥିଲା। ଏଥିରେ ଉର୍ବଶୀଙ୍କ ଗ୍ଲାମର ଦେଖି ଫଟୋଗ୍ରାଫର ଓ ଦର୍ଶକଙ୍କ ଆଖି ଲାଖି ଯାଇଥିଲା।

Advertisment

ତେବେ କାନ୍ସ ଫେଷ୍ଟିଭାଲରେ ସମସ୍ତଙ୍କ ନଜର ଯାଇଥିଲା ଉର୍ବଶୀଙ୍କ ନେକ୍‌ଲେସ୍‌ ଉପରେ। ଉର୍ବଶୀ ତାଙ୍କ ବେକରେ କୁମ୍ଭୀର ପରି ଦିଶୁଥିବା ଏକ ନେକ୍‌ଲେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି କୁମ୍ଭୀର ନେକ୍‌ଲେସ୍‌ ନକଲି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ଅଭିଯୋଗକୁ ଉର୍ବଶୀଙ୍କ ଟିମ୍‌ ପକ୍ଷରୁ ଖାରଜ କରାଯାଇଛି।

ଅଭିନେତ୍ରୀ ପ୍ରଥମ ଦିନ ରେଡ୍‌ କାର୍ପେଟ୍‌ରେ ଏକ ଗୋଲାପୀ ରଂଗର ଗାଉନ୍‌ରେ ନଜର ଆସିଥିଲେ। ତେବେ ସେ ତାଙ୍କ ଲୁକ୍‌କୁ ଏକ କୁମ୍ଭୀର ନେକ୍‌ଲେସ୍‌ରେ ପୂରା କରିଥିଲେ। ତେବେ ଉର୍ବଶୀଙ୍କ ନେକ୍‌ଲେସ୍‌କୁ ଲୋକ ନକଲି କହୁଥିବା ବେ‌ଳେ ସେଥିରେ ଆପତ୍ତି ଉଠାଇଛନ୍ତି ତାଙ୍କ ପିଆର୍‌ ଟିମ୍‌। ସେମାନଙ୍କ ପକ୍ଷରୁ କୁହାଯାଇଛି ଯେ ଉର୍ବଶୀଙ୍କ ନେକ୍‌ଲେସ୍‌ ୨୭୬ କୋଟି ଟଙ୍କାର, ଏହା ପୂରା ଅସଲି।

ଉର୍ବଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କାନ୍ସ ଫେଷ୍ଟିଭାଲର ଏକ ଭିଡିଓ ନିକଟରେ ପୋଷ୍ଟ କରିଥିଲେ। ସେ ରେଡ କାର୍ପେଟରେ ଯାଉଥିବା ‌ବେଳେ କ୍ୟାମେରାମ୍ୟାନମାନେ ତାଙ୍କୁ ଚିହ୍ନ ନପାରି ଐଶ୍ବର୍ଯ୍ୟା ରାଏ ବୋଲି ଡାକୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ସେ ପୋଷ୍ଟ୍‌ ପରେ ମଧ୍ୟ  ଲୋକେ ଉର୍ବଶୀଙ୍କୁ ଟ୍ରୋଲ କରି କରିଥିଲେ କି, ‌‘ସେ ଐଶ୍ବର୍ଯ୍ୟାଙ୍କ ଷ୍ଟାଇଲକୁ କପି କରୁଛନ୍ତି। ତାଙ୍କର ନିଜସ୍ବ ଷ୍ଟାଇଲ ନାହିଁ।’