ନୂଆଦିଲ୍ଲୀ : ବଲିଉଡ୍ର ଅଭିନେତ୍ରୀ ଉର୍ବଶୀ ରୌତେଲା ଅଭିନୟ ଠାରୁ ନିଜର ପୋଷାକ ଓ ଷ୍ଟାଇଲ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ମିସ୍ ୟୁନିଭର୍ସ ୨୦୨୨ରେ ବିଚାରପତି ଭାବରେ ଯୋଗ ଦେଇଥିଲେ। ଆଉ ଭାରତର ନାମକୁ ଖ୍ୟାତି ଅର୍ଜନ କରିଥିଲେ । ଏହି ସମୟରେ ଅଭିନେତ୍ରୀ ପିନ୍ଧିଥିବା ପୋଷାକ ଏବେ ଚର୍ଚ୍ଚାରେ ରହିଛି।
View this post on Instagram
ଏହି ଫ୍ୟାଶନ ଉଇକ୍ରେ ଉର୍ବଶୀ ସବୁଠୁ ଦାମୀ ଗାଉନ୍ ପିନ୍ଧିଥିଲେ। ଯାହାର ଦାମ୍ ୪୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ୪୦ କୋଟିର ଗାଉନ୍ କ୍ଲିୟୋପେଟ୍ରା ରିୟଲ ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ ଆଉଟ୍ଫିଟ୍ରେ ପ୍ରସ୍ତୁତ ଥିଲା। ଏହି ଗାଉନ୍କୁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଫେର୍ନେ ଓ୍ବାନ୍ ଆମଣ୍ଟୋ ଡିଜାଇନ କରିଛନ୍ତି। ଉର୍ବଶୀ ରୌତେଲା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଛନ୍ତି ।