ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ କ୍ରିକେଟର୍ ଋଷଭ ପନ୍ଥ ପ୍ରେମ ସଂପର୍କରେ ଅଛନ୍ତି ବୋଲି ଅଧିକାଂଶ ସମୟରେ ଖବର ପ୍ରକାଶ ପାଇଛି। ଏବେ ପନ୍ଥ ବିଶ୍ବ କପ୍ ପାଇଁ ଅଷ୍ଟ୍ରେଲିଆରେ ଥିବା ବେଳେ ତାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଉର୍ବଶୀ। ଗତକାଲି ଭାରତ ଓ ପାକିସ୍ତାନ ଭିତରେ ମ୍ୟାଚ୍ ଥିଲା। ଯେଉଁଥିରେ ଭାରତ ପାକିସ୍ତାନକୁ ପରାଜୟ କରି ବିଜୟ ଧ୍ବନି ଉଡ଼ାଇଛି।
ଏହା ମଧ୍ୟରେ ଉର୍ବଶୀଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯାହାକୁ ନେଇ ପ୍ରଶଂସକ ପୁଣି ଉର୍ବଶୀଙ୍କ ଉପରେ ଗପ ବନାଇବା ଆରମ୍ଭ କରିଛନ୍ତି। ଭାଇରାଲ୍ ଭିଡିଓରେ ଉର୍ବଶୀ ଏପରି ଏକ ଚେନ୍ ପିନ୍ଧିଛନ୍ତି ଯାହା ଅବିକଳ ପନ୍ଥଙ୍କ ଚେନ୍ ପରି ଦିଶୁଛି। ପ୍ରଶଂସକମାନେ ତାହାକୁ ପନ୍ଥଙ୍କ ଚେନ ବୋଲି କହୁଛନ୍ତି।
ଆଜିକାଲି ସୋସିଆଲ୍ ମିଡିଆରେ ଉର୍ବଶୀ ରୌତେଲାଙ୍କର ଖୁବ୍ ଜୋର୍ ଚର୍ଚ୍ଚା ହେଉଛି। ଏମିତିରେ ତ ଅଭିନେତା କିମ୍ବା ଅଭିନେତ୍ରୀମାନେ କିଛି କଲେ ସୋସିଆଲ୍ ମିଡିଆରେ ସେମାନଙ୍କ ଚର୍ଚ୍ଚା ନିଶ୍ଚୟ ହୋଇଥାଏ। ମାତ୍ର ନିକଟରେ ଭାଇରାଲ୍ ହୋଇଥିବା ଉର୍ବଶୀଙ୍କ ଭିଡିଓ ଟିକେ ଅଧିକ ଚର୍ଚ୍ଚା ପାଲଟିଛି।
View this post on Instagram
ଭିଡିଓରେ ଉର୍ବଶୀ ‘ଆଇ ଲଭ୍ ୟୁ କୁହ’ ବୋଲି ବାରମ୍ବାର କହୁଥିବାର ଶୁଣିବାକୁ ମିଳିଛି। ତା’ପରେ ସେ ଏକଦମ ରୋମାଣ୍ଟିକ୍ ଅନ୍ଦାଜରେ ଚୁମ୍ବନ ବି ଦେଇଛନ୍ତି। ଉର୍ବଶୀଙ୍କ ଏହି ଭିଡିଓକୁ ନେଇ ତାଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ମାତ୍ର ଉର୍ବଶୀ ଏବେ ସେହି ଭିଡିଓ ପଛର ସତ କହିଛନ୍ତି।
ଭିଡିଓର ସଫଇେଦେଇ ଉର୍ବଶୀ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି, ‘ଆଜିକାଲି ମୋର ଆଇ ଲଭ୍ ୟୁ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ମୁଁ ଖୋଲାଖୋଲି ଭାବେ କହିଦେବାକୁ ଚାହୁଁଛି ଯେ ଉକ୍ତ ଭିଡିଓଟି କେବଳ ଅଭିନୟ ଉଦ୍ଦେଶ୍ୟରେ ଥିଲା। ତାହା ଏକ ଦୃଶ୍ୟର ସଂଳାପ ଖାଲି। କୌଣସି ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କ ପାଇଁ ତାହା ଆଦୌ ବି ଉତ୍ସର୍ଗ କରା ଯାଇନାହିଁ।