ମୁମ୍ବାଇ: ‘ହେଟ୍ଷ୍ଟୋରି-୪’ରେ ଅନ୍ୟତମ ନାୟିକା ଭାବେ ଦେଖିବାକୁ ମିଳିବେ ହଟ୍ ଆଣ୍ଡ୍ ସେକ୍ସି ଅଭିନେତ୍ରୀ ଉର୍ବଶୀ ରୌତେଲା। ତେବେ ଏହି ନିକଟରେ ଫିଲ୍ମର ସୁଟିଂ ଲାଗି ପ୍ରସ୍ତୁତ ହେଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି ଉର୍ବଶୀ। ସୂଚନା ମୁତାବକ, ଏହାର ଏକ ଗୀତ ପାଇଁ ସେ ନୃତ୍ୟାଭ୍ୟାସ କରିବା ସମୟରେ ତାଙ୍କ ପାଦ ଖସିଯିବାରୁ ଉର୍ବଶୀଙ୍କ ପାଦରେ ଜୋର୍ ଆଘାତ ଲାଗିଛି । ଉର୍ବଶୀଙ୍କ ପାଦରୁ ପ୍ରବଳ ରକ୍ତସ୍ରାବ ହେବା ସାଂଗକୁ ତାଙ୍କ ପାଦ ମଧ୍ୟ ଫୁଲିଥିବାର ସୂଚନା ମିଳିଛି।
ଉର୍ବଶୀଙ୍କର ଅବସ୍ଥା ଦେଖି ଡାକ୍ତର ଓ ଫିଲ୍ମର ନିର୍ଦ୍ଦେଶକ ତାଙ୍କୁ କିଛିଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ହେଲେ ବଲିଉଡ୍ର ଏହି ସୁନ୍ଦରୀ ସେମାନଙ୍କ କଥାକୁ କର୍ଣ୍ଣପାତ ନ କରି ପ୍ରତ୍ୟେକ ଦିନ ତାଙ୍କର ଅଭ୍ୟାସକୁ ଅବ୍ୟାହତ ରଖିଛନ୍ତି। ମନୋରଂଜନ ଖବର ପରିବେଷଣ କରୁଥିବା ଏକ େଓ୍ଵବ୍ସାଇଟ୍ ମୁତାବକ୍ ଉର୍ବଶୀ କହିଛନ୍ତି ଯେ, ତାଙ୍କର ନାଚ ପ୍ରତି ଦୁର୍ବଳତା ରହିଥିବା ବେଳ ନାଚିବା ତାଙ୍କର ପ୍ୟାସନ୍ । ଯେଉଁ କାରଣରୁ ସେ ନାଚକୁ ଛାଡ଼ିପାରୁ ନାହାନ୍ତି।
ଆପଣଙ୍କ ସୂଚନା ଲାଗି ଜଣାଉଛୁ ଯେ, ନିକଟରେ ‘ହେଷ୍ଟ୍ଷ୍ଟୋରି-୪’ର ଫାଷ୍ଟ୍ଲୁକ୍ ରଲିଜ୍ ହୋଇଥିବା ବେଳେ ଏହାର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରାଯାଇଛି। ସୂତ୍ର ଅନୁସାରେ ବିଶାଲ୍ ପାଣ୍ଡ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହେଷ୍ଟ୍ଷ୍ଟୋରି-୪’ଆସନ୍ତା ବର୍ଷ ମାର୍ଚ୍ଚ ୨ ତାରିଖ ୨୦୧୮ରେ ସମସ୍ତ ପ୍ରେକ୍ଷାଳୟରେ ରିଲିଜ୍ ହେବ।