ମୃତ୍ୟୁ ପରେ ବି ବଢ଼ିଚାଲିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ଫଲୋୟର୍ସ

ନୂଆଦିଲ୍ଲୀ: କିଛିଲୋକ ମରିବା ପରେ ବି ଅମର  ହୋଇ ଯାଇଥାଆନ୍ତି। ସୁଶାନ୍ତ ସିଂହ ରାଜପୁତ ବି ଏମିତି ଜଣେ ବ୍ୟକ୍ତି ଯିଏକି ମୃତ୍ୟୁ ପରେ ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ଜୀବିତ ରହିଛନ୍ତି। ଆଜି ସୁଶାନ୍ତଙ୍କ ପ୍ରଥମ ପୁଣ୍ୟତିଥି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସବୁଠାରୁ ପପୁଲାର ମିଡିୟା ଇନଷ୍ଟାଗ୍ରାମରେ ଆଜି ବି ସୁଶାନ୍ତଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ସମୟରେ ତାଙ୍କ ପ୍ରଶଂସକ ସଂଖ୍ୟା ୯ମିଲିୟନ ଥିବା ବେଳେ ଏବେ ଖବର ଲେଖାହେଲା ପର୍ଯ୍ୟନ୍ତ ଏହି ସଂଖ୍ୟା ୧୩.୩ମିଲିୟନକୁ ପହଞ୍ଚି ଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସ ସଂଖ୍ୟା ୯ମିଲିୟନ ଥିବା ବେଳେ ୫ଦିନ ପରେ  ଏଥିରେ ଦୁଇ ମିଲିୟନ ଫଲୋୟର୍ସ ଆହୁରି ଯୋଡ଼ି ହୋଇଯାଇଥିଲେ। ବର୍ଷକ ପରେ ତାଙ୍କ ଫଲୋୟର୍ସ ସଂଖ୍ୟା ୧୩ମିଲିୟନ ହୋଇଯାଇଛି।

ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମ ଏକ୍ଟିଭ ନଥିଲା। ମୃତ୍ୟୁର ୧୧ଦିନ ପୂର୍ବରୁ ଜୁନ୍ ୩ରେ ସେ ଶେଷ ପୋଷ୍ଟ କରିଥିଲେ। ତାଙ୍କ ଅନ୍ତିମ ପୋଷ୍ଟ ମା’ଙ୍କ ନାମରେ ଥିଲା। ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ବିତି ଯାଇଥିଲେ ବି ଲୋକେ ତାଙ୍କୁ ଏବେ ବି ମନେ ପକାଇ ମେସେଜ କରୁଛନ୍ତି। ଜୁନ୍ ୧୪କୁ ସୁଶାଙ୍କ ପ୍ରଶଂସକଙ୍କ ପାଇଁ ବ୍ଲାକ ଡେ କୁହାଯାଉଥିବା ବେଳେ କେହିକେହି ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର