ମୁମ୍ବାଇ: ଭିଡିଓରୁ ସାମ୍ନାକୁ ଆସିଲା ଗୁମର କଥା। ସୁଶାନ୍ତଙ୍କ ପରିବାର ଲୋକ ଯେଉଁ ଅଭିଯୋଗ ଆଣୁଥିଲେ ତା’ ପଛରେ ଅନେକ ସତ୍ୟତା ରହିଛି । କାରଣ ଏହି ଭିଡିଓ ଯେଉଁ ଦ୍ୱିତୀୟ ସ୍ୱରଟି ଶୁଣା ଯାଉଛି, ତାହା ରିଆଙ୍କ ସ୍ୱର ପରି ଲାଗୁଛି ଏବଂ ଭିଡିଓରୁ ଜଣାପଡୁଛି ସୁଶାନ୍ତଙ୍କୁ ରିଆ ଯାହା ଯାହା କରିବା ପାଇଁ କହୁଛନ୍ତି ସେ କରୁଛନ୍ତି । ତେଣୁ ପ୍ରଶ୍ନ ଉଠୁଛି କ’ଣ ସୁଶାନ୍ତଙ୍କୁ ପୂରା ନିଜ କବଜାରେ ରଖିଥିଲେ ଗର୍ଲଫ୍ରେଣ୍ଡ ରିଆ?
ଭିଡିଓରେ ସୁଶାନ୍ତ ଯେଭଳି ନିଶାରେ ଅଛନ୍ତି, ତାକୁ ଦେଖିଲା ପରେ ଲାଗୁଛି ଯେ, ସୁଶାନ୍ତଙ୍କ ଏଭଳି ଅବସ୍ଥା ଦେଖିବା ପରେ ତାଙ୍କ ନିକଟତମ ବ୍ୟକ୍ତିମାନେ ଏହାକୁ ନେଇ ଚିନ୍ତା କାହିଁକି କଲେ ନାହିଁ?
ଜଣାପଡୁଛି ରିଆଙ୍କ ଘରେ ସୁଶାନ୍ତଙ୍କ ଏହି ଭିଡିଓ ସୁଟ କରାଯାଇଛି । ସୁଶାନ୍ତଙ୍କ ବ୍ୟବହାରରୁ ତାଙ୍କ ଅବସ୍ଥା ଆଦୌ ଭଲ ନଥିବା ଜାଣି ହେଉଛି । ବଡକଥା ହେଉଛି ସୁଶାନ୍ତ ରିଆଙ୍କ ଘରେ ଅଛନ୍ତି । ରିଆଙ୍କ ବାପା ସେନାରୁ ଅବସର ନେଇଥିବା ଜଣେ ଡାକ୍ତର । ଅଥଚ ସୁଶାନ୍ତଙ୍କ ଅବସ୍ଥା ଏତେ ଖରାପ ହେବାପରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭର୍ତି କରିବା ପାଇଁ ସେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଅର୍ଥାତ ସୁଶାନ୍ତଙ୍କ ଏହି ଅବସ୍ଥା ପଛରେ ରିଆଙ୍କ ପୂରା ପରିବାରର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ଗୋଟିଏ ପଟେ କଥିତ ଡ୍ରଗ୍ସ ଲିଙ୍କରେ ରିଆ ଚକ୍ରବର୍ତୀଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ନେଇ ଅଧିକ ପଚରା ଉଚରା ଚଳାଇଛି । ମୁମ୍ବାଇ ସେସନ୍ସ କୋର୍ଟରେ ରିଆଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଆଗାମୀ ୨୨ ତାରିଖ ଯାଏଁ ଜେଲର ଚାରିକାନ୍ଥ ଭିତରେ ରହିବେ ବୋଲି ସ୍ପଷ୍ଟ ହୋଇସିରିଛି। ଆଉ ଏପଟେ ଜାତୀୟ ଗଣମାଧ୍ୟମରେ ରିଆଙ୍କ ଡ୍ରଗ୍ସ ଲିଙ୍କକୁ ପ୍ରମାଣ କରୁଥିବା ଗୋଟିଏ ପରେ ଗୋଟିଏ ଭିଡିଓ ପଦାକୁ ଆସିବାରେ ଲାଗିଛି । ଯଦିଓ ଏହି ଭିଡିଓରେ ରିୟା ଦେଖା ଯାଉ ନାହାନ୍ତି ଏବଂ ସୁଶାନ୍ତ ସିଂ ଡ୍ରଗ୍ସ ନେଉଥିବା ମଧ୍ୟ ଦେଖାଯାଉ ନାହିଁ । କିନ୍ତୁ ସୁଶାନ୍ତଙ୍କ ଅସ୍ୱାଭାବିକ ବ୍ୟବହାର ସେ ନିଶାରେ ଥିବାର ଏକ ସଂକେତ ଦେଉଛି । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ମଧ୍ୟ କହିସାରିଛି ଯେ, ସୁଶାନ୍ତଙ୍କ ପାଇଁ ରିଆ ଡ୍ରଗ୍ସ ମଗାଉଥିଲେ । ତେଣୁ ସନ୍ଦେହ ବଢିବାରେ ଲାଗିଛି ଯେ, ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇ ତାଙ୍କୁ ନିଜ ଇସାରାରେ ନଚାଉଥିଲେ ରିଆ ଚକ୍ରବର୍ତୀ ।