ମୁମ୍ବାଇ: ଟେଲି ଅଭିନେତ୍ରୀ ଦଲଜିତ କୌର ଖୁବ୍ ଶୀଘ୍ର ଦ୍ବିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅଭିନେତ୍ରୀ ଦ୍ବିତୀୟ ବିବାହ କରି ତାଙ୍କ ବୟଫ୍ରେଣ୍ଡ ନିଖିଲ ପଟେଲଙ୍କ ହାତ ଧରିବେ।
ଦଲଜିତ ଚଳିତ ମାସ ଅର୍ଥାତ ମାର୍ଚ୍ଚ ୧୮ରେ ବିବାହ କରିବେ। ଏହା ପୂର୍ବରୁ ଦୁହେଁ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ନିଖିଲ ଓ ଦଲଜିତଙ୍କ ଏକ ରୋମାଣ୍ଟିକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ଦଲଜିତ ସେୟାର କରିଛନ୍ତି, ଆଉ ଲେଖିଛନ୍ତି ଜୀବନର ସବୁଠାରୁ ଭଲଦିନ ଆସିବାକୁ ଆଉ ୬ଦିନ ବାକି ରହିଲା।
ଏହି ଭିଡିଓରେ ନିଖିଲ ଆଣ୍ଠୁମାଡ଼ ଦଲଜିତଙ୍କ ସାମ୍ନାରେ ବସି ବିବାହ ପ୍ରସ୍ତାବ ଦେଉଛନ୍ତି। ଏହାପରେ ଦଲଜିତ ନିଖିଲଙ୍କୁ ଓଠରେ ଚୁମ୍ବନ ଦେଉଥିବା ବି ଭିଡିଓରେ ଦେଖିବାକୁ ମିଳୁଛି।
ଦଲଜିତଙ୍କ ପ୍ରଥମ ବିବାହ ସଫଳ ହୋଇ ନଥିଲା। ସେ ଦ୍ବିତୀୟ ବିବାହ କରି ନିଖିଲଙ୍କ ସହିତ ସୁଖ ବୈବାହିକ ଜୀବନର ସ୍ବପ୍ନ ଦେଖିଛନ୍ତି। କାରଣ ଦଲଜିତ ପ୍ରଥମେ ସାଲିନ ଭନୋଟଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ମଧ୍ୟରେ ସାଲିନ ଓ ଦଲଜିତଙ୍କ ସମ୍ପର୍କରେ ଫାଟ ଦେଖା ଦେଇଥିଲା। ଏହାପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯିବେ ବୋଲି ନିଷ୍ପତ୍ତି ନେଇଥିଲେ।
ଦେଖିବାକୁ ଗଲେ ନିଖିଲଙ୍କର ବି ଏହା ଦ୍ବିତୀୟ ବିବାହ ବୋଲି କୁହାଯାଉଛି। ଏମିତି କି ନିଖିଲଙ୍କ ଦୁଇଟି ଝିଅ ଥିବା ସହିତ ଦଲଜିତଙ୍କ ଗୋଟିଏ ପୁଅ ରହିଛି। ୪୦ବର୍ଷ ବୟସରେ ଦଲଜିତଙ୍କୁ ଦ୍ବିତୀୟଥର ବିବାହ କରୁଥିବା ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/dalljiet-kaur-showed-a-glimpse-of-a-dreamy-proposal58faa3ab-6f23-4c2d-be9a-400850f797b3-72x72-1.jpg)