ହ୍ରିତିକ୍‌ ରୋଶନଙ୍କ ପରେ ପ୍ରଥମ ଥର ଲାଗି ଏହି ଲୋକପ୍ରିୟ ନାୟକଙ୍କ ସହ ନଜର ଆସିବେ ‘ୱାର୍’ର ନାୟିକା ବାଣୀ କପୁର

ମୁମ୍ବାଇ: ଗତବର୍ଷ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର୍ ଫିଲ୍ମ ‘ୱାର୍’ରେ ଅଭିନୟ କରି ଜବରଦସ୍ତ ସଫଳତା ହାସଲ କରିଥିବା ନାୟିକା ବାଣୀ କପୁର ଏବେ ଏକ ନୂଆ ସିନେମାର ସୁଟିଂରେ ବ୍ୟସ୍ତ ଥିବା ଜଣାଯାଇଛି। କରଣ ମାଲ୍‌ହୋତ୍ରାଙ୍କ ନିର୍ଦେଶନାରେ ନିର୍ମିତ ଏହି ଫିଲ୍ମର ଟାଇଟଲ୍ ହେଲା ‘ସମ୍‌ସେରା’। ଏଥିରେ ବାଣୀଙ୍କୁ ନାୟିକା ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି । ଏଥିରେ ତାଙ୍କୁ ପ୍ରଥମ ଥର ଲାଗି ରଣବୀର କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଏକ ମେଗା ଆକ୍ସନ୍‌ ଫିଲ୍ମ ।

shamshera
image source-abpganga.com

ଏଥିରେ ବୀଣାଙ୍କୁ ‘ୱାର’ ଫିଲ୍ମ ଭଳି ପୁଣି ଥରେ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ । ଫିଲ୍ମଟି ଜୁଲାଇ ୩୧ରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି । ‘ସମ୍‌ସେରା’ରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ଏବଂ ରୋନିତ୍‌ ରୟଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।
ସୂଚନାଯୋଗ୍ୟ, ‘ୱାର୍’ରେ ବାଣୀଙ୍କୁ ହ୍ରିତିକ୍‌ ରୋଶନଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଫିଲ୍ମଟି ସୁପର୍‌ହିଟ୍‌ ହେବା ସହ ଦର୍ଶକ ଏବଂ ସମୀକ୍ଷକଙ୍କ ଦ୍ବାରା ବି ଉଚ୍ଚ ପ୍ରଶଂସିତ ହୋଇଥିଲା ।

team war
image source-abpganga.com

‘ୱାର୍’ରେ ବାଣୀଙ୍କ ଭୂମିକା ଏଥିରେ ସଂକ୍ଷିପ୍ତ ହୋଇଥିଲେ ମଧ୍ୟ ତାଙ୍କ ଅଭିନୟକୁ ଫିଲ୍ମ ସମୀକ୍ଷକମାନେ ଖୁବ୍‌ ପ୍ରଶଂସା କରିଥିଲେ । ବାଣୀଙ୍କ ମତରେ ୨୦୧୯ ତାଙ୍କ ପାଇଁ  ବହୁତ ଭଲ ଥିଲା। ହ୍ରିତିକ୍‌ଙ୍କ ଭଳି ସୁପରଷ୍ଟାରଙ୍କ ସହ ପୁଣି କାମ କରିବାର ଇଚ୍ଛା ରହିଛି ବୋଲି ସେ କହିଛନ୍ତି। ‘ସମ୍‌ସେରା’ରେ ନିଜର ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ବାଣୀ କପୁର।

ସମ୍ବନ୍ଧିତ ଖବର