ନୂଆଦିଲ୍ଲୀ: ବିଗବସ ଓଟିଟିର ତୃତୀୟ ସିଜନ ଜୁନ ୨୧ରୁ ଆରମ୍ଭ ହୋଇଯାଇଛି। ଏହି ସିଜନ ଅନ୍ୟ ସିଜନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଏଥର ସୋ’ର ଉପସ୍ଥାପକଙ୍କ ସହିତ ପ୍ରତିଯୋଗୀଙ୍କ ଚୟନ ବି ଭିନ୍ନ ରହିଛି। ଚଳିତଥର ବିଗବସ ଓଟିଟି ସିଜନ -୩ରେ ଯେଉଁ ବ୍ୟକ୍ତିମାନେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହୋଇଛନ୍ତି ସେମାନଙ୍କୁ ଦେଖିବାକୁ ମିଳିବ।
କିଛିଦିନ ହେବ ଦିଲ୍ଲୀରେ ବଡ଼ା ପାୱ ବିକ୍ରି କରୁଥିବା ମହିଳା ଚନ୍ଦ୍ରିକା ଗେରା ଦୀକ୍ଷିତ ଚର୍ଚ୍ଚାରେ ରହିଛନ୍ତି । ଯିଏକି ଦିଲ୍ଲୀରେ ନିଜର ଏକ ଠେଲା ଲଗାଇ ବଡ଼ା ପାୱ ବିକ୍ରି କରନ୍ତି। ଚନ୍ଦ୍ରିକାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ତାଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏହି ସଂଘର୍ଷକୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମିଳିତ ଭାବେ ସାମ୍ନା କରିଛନ୍ତି। ଯେଉଁଥିପାଇଁ ଆଜି ଚନ୍ଦ୍ରିକାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାକୁ ଲାଗିଛି।
ଜୁନ ୨୧ରେ ରିଲିଜ ହୋଇଥିବା ‘ବିଗବସ ଓଟିଟି ସିଜନ-୩’ରେ ଚନ୍ଦ୍ରିକା ଗେରା ଦୀକ୍ଷିତଙ୍କୁ ଦେଖିବାକୁ ମିଳୁଛି। ସୋ’କୁ ଆସିବା ପରଠାରୁ ଲୋକେ ଚନ୍ଦ୍ରିକାଙ୍କ ଦିନକୁ ରୋଜଗାର କେତେ ତାହା ଜାଣିବାକୁ ଚାହିଁଛନ୍ତି।
ନିକଟରେ ଚନ୍ଦ୍ରିକା ତାଙ୍କ ରୋଜଗାର ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ମୋର ଦିନକୁ ପ୍ରାୟତଃ ୪୦ହଜାର ଟଙ୍କା ରୋଜଗାର ହୋଇଯାଇଥାଏ।’
ଚନ୍ଦ୍ରିକାଙ୍କ ଏହି ଆୟକୁ ଦେଖି ଅନୁମାନ କରାଯାଉଛି, ‘ଦିନକୁ ଯଦି ସେ ୪୦ହଜାର ଟଙ୍କା ଆୟ କରୁଛନ୍ତି। ତେବେ ତାଙ୍କର ମାସିକ ଆୟ ୧କୋଟି ୨୦ଲକ୍ଷ ଟଙ୍କା ଥିବା ଅନୁମାନ କରାଯାଉଛି।