ଭାଲେଣ୍ଟାଇନ୍‌ ଡେ’ରେ ନିଜ ସାଥୀଙ୍କ ସହ ବସି ଦେଖନ୍ତୁ ଏହି ସବୁ ବଲିଉଡ୍‌ ଫିଲ୍ମ, ଖାସ୍‌ ବନାନ୍ତୁ ଦିନ

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମୀଯୁଗଳମାନେ ଦିନଟିକୁ ଖାସ୍‌ କରିବା ପାଇଁ ନାନା ପ୍ରକାରର ଆୟୋଜନ କରିଥାନ୍ତି । କେହି କେହି ଏକାନ୍ତରେ ସମୟ ବିତାଇଥାନ୍ତି ତ କେହି କେହି ବାହାରକୁ ବୁଲି ଯାଇଥାନ୍ତି । ସମସ୍ତଙ୍କର ଏହି ଦିନଟିକୁ ପାଳନ କରିବାର ତରିକା ଭିନ୍ନ ହୋଇଥାଏ । ଯଦି ଆପଣମାନେ ଏ ପର୍ଯ୍ୟନ୍ତ ସେଭଳି କିଛି ଯୋଜନା କରି ନାହାନ୍ତି,ତେବେ ବଲିଉଡ୍‌ର ଏହି ସବୁ ପୁରୁଣା ଫିଲ୍ମ ଦେଖି ଦିନଟିକୁ ପାଳନ କରନ୍ତୁ । ଆରାମରେ ଏକାନ୍ତରେ ଆପଣ ନିଜ ସାଥୀ ସହ ବସି ଏ ସବୁ ଫିଲ୍ମ ଦେଖି ପାରିବେ । ଆସନ୍ତୁ ନଜର ପକାଇବା ସେ ସବୁ ଫିଲ୍ମ ଉପରେ…..

୧. ୧୯୭୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବବି’ ଆପଣଙ୍କର ମନେ ଥିବ ନିଶ୍ଚୟ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଡିମ୍ପଲ କପାଡିଆ ଏବଂ ଅଭିନେତା ଋଷି କପୁର । ଏହି ଫିଲ୍ମର ନିର୍ଦ୍ଦେଶନା ଋଷି କପୁରଙ୍କ ବାପା ରାଜ କପୁର ଦେଇଥିଲେ ।

INDIA New England

୨. ‘୧୯୪୨ ଏ ଲଭ୍‌ ଷ୍ଟୋରି’ ଫିଲ୍ମର ‘କୁଛ୍‌ ନା କହୋ’ ଗୀତ ଆଜି ବି ଯୁବପିଢ଼ିଙ୍କ ଭିତରେ ଖୁବ୍‌ ଲୋକପ୍ରିୟ । ଏହି ଗୀତ ଶୁଣିବା ପରେ ହିଁ ମନରେ ଭଲ ପାଇବା ଆସି ଯାଇଥାଏ । ଏହି ଫିଲ୍ମରେ ଅନୀଲ କପୁର ଏବଂ ମନୀଷା କୋଇରାଲା ସାଥୀରେ କାମ କରିଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବିଧୁ ବିନୋଦ ଚୋପ୍ରା ।

YouTube

୩.ଯେତେବେଳେ ରୋମାଣ୍ଟିକ୍‌ ଫିଲ୍ମର କଥା ପଡ଼େ ସେତେବେଳେ ପ୍ରଥମେ ଫିଲ୍ମ ‘ହିରୋ’ର ନାଁ ସାମ୍ନାକୁ ଆସିଥାଏ । ଫିଲ୍ମରେ ଥିବା ଗୀତ ‘ଲମ୍ବି ଜୁଦାଇ’ ଆଜି ଶ୍ରୋତାମାନଙ୍କ ମନରେ ଘର କରି ରହିଛି । ଏହି ଫିଲ୍ମ ଅଭିନେତା ଜ୍ୟାକି ଶ୍ରଫ୍‌ ଏବଂ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ସାଥୀରେ ନଜର ଆସିଥିଲେ ।

Bollywood Googly

୪.ଫିଲ୍ମ ‘ଆଶିକି’ ରିଲିଜ୍‌ ହେବା ପରେ ଚାରି ଆଡ଼େ ପ୍ରେମର ବାତାବରଣ ସୃଷ୍ଟି ହୋଇଥିଲା । ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିଥିବା ବେଳେ ଆଜି ବି ତାହା ଦର୍ଶକଙ୍କ ମନରେ ଘର କରି ରହିଛି । ଫିଲ୍ମର ନିର୍ଦ୍ଦେଶନା ମହେଶ ଭଟ୍ଟ ଦେଇଥିବା ବେଳେ ଏଥିରେ ଅଭିନେତା ରାହୁଲ ରଏ ଏବଂ ଅଭିନେତ୍ରୀ ଅନୁ ଅଗ୍ରଓ୍ଵାଲ ସାଥୀରେ ନଜର ଆସିଥିଲେ ।

India Today

୫.ଯଦି ଆପଣଙ୍କ ଭଲ ପାଇବାରେ କିଏ କଣ୍ଟା ସାଜିଛି,ତେବେ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଫିଲ୍ମ ‘ଇସ୍କ’ ନିଶ୍ଚୟ ଦେଖନ୍ତୁ । ଏହି ଫିଲ୍ମରେ ଅଭିନେତା ଅଜୟ ଦେବ୍‌ଗନ,ଆମୀର ଖାନ୍‌,ଅଭିନେତ୍ରୀ କାଜୋଲ ଏବଂ ଜୁହି ଚାଓ୍ଵଲା ସାଥୀରେ କାମ କରିଥିଲେ ।

YouTube
ସମ୍ବନ୍ଧିତ ଖବର