ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାହ ବିଚ୍ଛେଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀର ପଟିଆଲା ହାଉସ୍ରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ଅନୁଭବ କରିଥିବା ଆବେଦନକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତରିତ କରିବାକୁ ସୁପ୍ରିମ୍କୋର୍ଟରେ ନିବେଦନ କରିଛନ୍ତି ବର୍ଷା। ବର୍ଷା ପୂର୍ବରୁ କହିଥିଲେ ଯେ ସେ ମାମଲା ଲଢ଼ିବାକୁ ଦିଲ୍ଲୀ ଯାଇପାରିବେ ନାହିଁ।
ବର୍ଷା କାହିଁକି ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତରିତ କରିବାକୁ ଚାହାନ୍ତି ସେ ସବୁ ବିଷୟରେ ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ ରହିଛି। ଯେହେତୁ ଅନୁଭବଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ସାଂସଦ କ୍ବାର୍ଟରରେ ଅଧିକାଂଶ ସମୟ ରହିବାକୁ ପଡ଼େ, ସେହି ଆଧାରରେ ସେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଛାଡ଼ପତ୍ର ମାମଲା ଦାୟର କରିଥିଲେ। ମାତ୍ର ନିଜର ଅସୁବିଧା ଦର୍ଶାଇ ବର୍ଷା ସେହି ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ଆବେଦନ କରିଛନ୍ତି।
/sambad/media/post_attachments/wp-content/uploads/2020/09/Anubhav-Barsha-300x191.jpg)
SheThePeople.TV
ପୂର୍ବରୁ ବର୍ଷା କଟକରେ ଅନୁଭବଙ୍କ ନାମରେ ଘରୋଇ ହିିଂସା ଓ ଭରଣପୋଷଣ ଦାବି କରି ଦୁଇଟି ମାମଲା ରୁଜୁ କରିଛନ୍ତି। ଅନୁଭବ ମହାନ୍ତି ପଟିଆଲା ହାଉସ କୋର୍ଟରେ କରିଥିବା ମାମଲାର ଶୁଣାଣି ଅକ୍ଟୋବର ୮ ତାରିଖରେ ହେବ ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଅଭିନେତ୍ରୀ ବର୍ଷା ତାଙ୍କ ସାଂସଦ ସ୍ବାମୀଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ଆଣିବା ପରେ କଥାଟି ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। କଥା ପ୍ରଘଟ ହେବା ପରେ ସୋସିଆଲ୍ ମିଡିିଆରେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି।